କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା

ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ ଅଭିନୀତ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ଅନ୍ତିମ ଦିବସରେ ଏହି ଦୃ୍ଯାଭିନୟ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ। ଭ୍ରମଣ ବାଟରେ ସେ ଜର୍ଜ ହାଇସ୍କୁଲ ପଡ଼ଇାରେ […] The post କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା appeared first on Dharitri Odia News.

କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା

ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ ଅଭିନୀତ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ଅନ୍ତିମ ଦିବସରେ ଏହି ଦୃ୍ଯାଭିନୟ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା।

ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ। ଭ୍ରମଣ ବାଟରେ ସେ ଜର୍ଜ ହାଇସ୍କୁଲ ପଡ଼ଇାରେ ଲାଗିଥିବା ମୀନାବଜାର ଏବଂ ସେଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରେଡ୍‌ଡ୍ରପ୍‌ ମାରାଥନ୍‌ ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ। ଭ୍ରମଣ ସାରି କଂସ ଲୋକ ମଣ୍ଡପ ପଡ଼ଇାସ୍ଥିତ ରାଜ ଦରବାରକୁ ପହଞ୍ଚିଥିଲେ। ସେଠାରେ ଶ୍ରୀକୃଷ୍ଣ, ବଲରାମଙ୍କୁ ହ୍ଯଯା କରିବା ପାଇଁ ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହିତ ରଣକୌଶଳ କରିଥିଲେ।

ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦାସ୍ଥିତ ଦରବାରକୁ ଯାଇ ଶିବଧନୁ ଭଙ୍ଗ କରିଥିଲେ। ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା। ଏହାପରେ ବେନିଭାଇ ଶ୍ରୀକୃଷ୍ଣ, ବଲରାମ ଲୋକ ମଣ୍ଡପ ପଡ଼ଇାସ୍ଥିତ ରାଜ ଦରବାରକୁ ଆସିଥିଲେ। ଶ୍ରୀକୃଷ୍ଣ, ବଲରାମଙ୍କୁ ହ୍ଯଯା କରିବା ପାଇଁ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସ ମହାରାଜଙ୍କ ପାତ୍ରମନ୍ତ୍ରୀ, ସେନାପତି ନିଜ ପରାକ୍ରମ ଦେଖାଇଥିଲେ। କଂସ ମହାରାଜ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ୱେ ରଣାଙ୍ଗନକୁ ଓହ୍ଲାଇଥିଲେ। କିନ୍ତୁ ବେନିଭାଇଙ୍କ ହାତରେ କଂସଙ୍କ ନିଧନ ହୋଇଥିଲା।

ଏହାପରେ ରାଜା ଉଗ୍ରସେନଙ୍କ ପୁଣି ରାଜ୍ୟାଭିଷେକ ହୋଇଥିଲା। ଶ୍ରୀକୃଷ୍ଣ, ବଲରାମ କାରାଗାରକୁ ଯାଇ ସେଠାରେ ବନ୍ଦୀଥିବା ଦେବକୀ, ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡ଼ୁ ବାଣ୍ଟି ଖୁସି ମନାଇଥିଲେ। ଶେଷରେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କରିଥିଲେ।

ମଙ୍ଗଳବାର ସକାଳେ ସେ ମହୋଦଧିରେ ସ୍ନାନ କରିବା ସହିତ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂସ ମହାରାଜଙ୍କ ଅନ୍ୟ ସେନାପତି, ପାତ୍ରମନ୍ତ୍ରୀମାନେ ବରଗଡ଼ ଜିଲା ପାଇକମାଳ ବ୍ଲକ ନୃସିଂହନାଥକୁ ଯାଇ ସେଠାରେ ବହି ଯାଇଥିବା ଗୋକୁଣ୍ଡ ଘାଟରେ ସ୍ନାନ କରିବା ସହିତ ମହାପ୍ରଭୁ ନୃସିଂହନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି।

ଅନ୍ତିମ ଦିବସରେ ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ପରିଷଦ ଅ୍ଯଯକ୍ଷା ମାନିନୀ ଭୋଇ ରାଜଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବରଗଡ଼ ପୋୖରାଧକ୍ଷ କଳ୍ପନା ମାଝୀ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ଅବସରରେ ରେଡ୍‌ ଡ୍ରପ୍‌ ମାରାଥନ ରକ୍ତଦାନ ଶିବିର ଆୟୋଜନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଏବଂ ମାଗଣରେ ଚା, ପାନୀୟଜଳ ଯୋଗାଣ କରିଥିବା ଆର୍ଟ ଅଫ୍‌ ଲିଭିଙ୍ଗ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

The post କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା appeared first on Dharitri Odia News.