କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର
ଗୁରୁଡିଝାଟିଆ: କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ମୁଣ୍ଡଳୀସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଦଳର ସଦସ୍ୟମାନେ ବିଦ୍ୟାର୍ଥୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଓ କେଉଁଭଳି ଉପାୟରେ ନିଜେ ସୁରକ୍ଷିତ ରହିବା ସହ ବିପନ୍ନ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇପାରିବ ସେ ସଂପର୍କରେ କୌଶଳ ପ୍ରଦାନ କରିଥିଲେ। ଟାଙ୍ଗି-ଚୌଦ୍ୱାର ବିଡିଓ ହେମନ୍ତ କୁମାର ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସ୍ଥାନୀୟ […]

ଗୁରୁଡିଝାଟିଆ: କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ମୁଣ୍ଡଳୀସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଦଳର ସଦସ୍ୟମାନେ ବିଦ୍ୟାର୍ଥୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଓ କେଉଁଭଳି ଉପାୟରେ ନିଜେ ସୁରକ୍ଷିତ ରହିବା ସହ ବିପନ୍ନ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇପାରିବ ସେ ସଂପର୍କରେ କୌଶଳ ପ୍ରଦାନ କରିଥିଲେ।
ଟାଙ୍ଗି-ଚୌଦ୍ୱାର ବିଡିଓ ହେମନ୍ତ କୁମାର ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ,ଏନଡିଆରଏଫର ପ୍ରଶିକ୍ଷଣ ମୁଖ୍ୟ ଅଭିଷେକ ମିଶ୍ର, ଅନୁଷ୍ଠାନର ଅଧ୍ୟକ୍ଷ ରଣଜିତ୍ ସ୍ୱାଇଁ, ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟ୍ରୁଆ ପ୍ରମୁଖ ମଞ୍ଚାସୀନ ହୋଇ ବିଦ୍ୟାର୍ଥୀମାନଙ୍କୁ ସାହସର ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗଭର ହୋଇ ରାଷ୍ଟ୍ରପାଇଁ କାମ କରିବା ପାଇଁ କହିଥିଲେ।