କଙ୍ଗନା ରଣାୱତଙ୍କ ‘Emergency’କୁ ନେଇ ବିବାଦ, ରିଲିଜ୍ ପୂର୍ବରୁ ବ୍ୟାନ୍ ଦାବି
ମୁମ୍ଵାଇ ୨୨।୦୮: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ। ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍ ପାଇଁ କେବଳ ଅଳ୍ପ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଥିବା ସ୍ପଷ୍ଟ ହୋଇଛି। କିନ୍ତୁ ରିଲିଜ ହେବା ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ରଟି ବିବାଦ ଘେରକୁ ଆସିଥିବା ଜଣାପଡିଛି । ଏଥିରୁ ଜଣାପଡୁଛି ଯେ ବର୍ତ୍ତମାନ 'ଏମର୍ଜେନ୍ସିରେ’ ‘ଏର୍ମଜେନ୍ସି’ ଲାଗିଯାଇଛି। ବର୍ତ୍ତମାନ ଫିଲ୍ମକୁ ବ୍ୟାନ କରିବାର ପାଇଁ ଦାବି ହୋଇଛି।View this post on InstagramA post shared by Kangana Ranaut (@kanganaranaut)କାହିଁକି ବିବାଦରେ 'ଏମର୍ଜେନ୍ସି' ?ପଞ୍ଜାବର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC) ଏବଂ ଶ୍ରୀ ଅକାଲ ତଖତ ସାହିବଙ୍କ ଜାଥେଦର ଜ୍ଞାନୀ ରଘୁବୀର ସିଂ କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର ଏମର୍ଜେନ୍ସି' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହା ସହିତ ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର ପାଇଁ ଦାବି କରିଛନ୍ତି । SGPC ସଭାପତି ହରଜିନ୍ଦର ସିଂ ଧାମି ଏହି ଫିଲ୍ମ ଉପରେ ବ୍ୟାନ କରିବାକୁ ଏକ ପୋଷ୍ଟ ସେୟାର କରିଛନ୍ତି।ਭਾਰਤ ਸਰਕਾਰ ਨੂੰ ਸਿੱਖਾਂ ਦੇ ਕਿਰਦਾਰ ਨੂੰ ਗਲਤ ਤਰੀਕੇ ਨਾਲ ਪੇਸ਼ ਕਰਨ
ମୁମ୍ଵାଇ ୨୨।୦୮: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ। ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍ ପାଇଁ କେବଳ ଅଳ୍ପ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଥିବା ସ୍ପଷ୍ଟ ହୋଇଛି। କିନ୍ତୁ ରିଲିଜ ହେବା ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ରଟି ବିବାଦ ଘେରକୁ ଆସିଥିବା ଜଣାପଡିଛି । ଏଥିରୁ ଜଣାପଡୁଛି ଯେ ବର୍ତ୍ତମାନ 'ଏମର୍ଜେନ୍ସିରେ’ ‘ଏର୍ମଜେନ୍ସି’ ଲାଗିଯାଇଛି। ବର୍ତ୍ତମାନ ଫିଲ୍ମକୁ ବ୍ୟାନ କରିବାର ପାଇଁ ଦାବି ହୋଇଛି।
କାହିଁକି ବିବାଦରେ 'ଏମର୍ଜେନ୍ସି' ?
ପଞ୍ଜାବର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC) ଏବଂ ଶ୍ରୀ ଅକାଲ ତଖତ ସାହିବଙ୍କ ଜାଥେଦର ଜ୍ଞାନୀ ରଘୁବୀର ସିଂ କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର ଏମର୍ଜେନ୍ସି' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହା ସହିତ ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର ପାଇଁ ଦାବି କରିଛନ୍ତି । SGPC ସଭାପତି ହରଜିନ୍ଦର ସିଂ ଧାମି ଏହି ଫିଲ୍ମ ଉପରେ ବ୍ୟାନ କରିବାକୁ ଏକ ପୋଷ୍ଟ ସେୟାର କରିଛନ୍ତି।
ਭਾਰਤ ਸਰਕਾਰ ਨੂੰ ਸਿੱਖਾਂ ਦੇ ਕਿਰਦਾਰ ਨੂੰ ਗਲਤ ਤਰੀਕੇ ਨਾਲ ਪੇਸ਼ ਕਰਨ ਵਾਲੀ ਫਿਲਮ ‘ਐਮਰਜੰਸੀ’ 'ਤੇ ਤੁਰੰਤ ਰੋਕ ਲਗਾਉਣ ਚਾਹੀਦੀ ਹੈ। ਇਹ ਫਿਲਮ ਸਿੱਖਾਂ ਅਤੇ ਪੰਜਾਬ ਵਿਰੋਧੀ ਪ੍ਰਗਟਾਵਿਆਂ ਕਰਕੇ ਵਿਵਾਦਾਂ ਵਿੱਚ ਰਹਿਣ ਵਾਲੀ ਅਦਾਕਾਰ ਕੰਗਨਾ ਰਣੌਤ ਵੱਲੋਂ ਜਾਣਬੁੱਝ ਕੇ ਸਿੱਖਾਂ ਦੀ ਕਿਰਦਾਰਕੁਸ਼ੀ ਕਰਨ ਦੇ ਮੰਤਵ ਨਾਲ ਬਣਾਈ ਗਈ ਹੈ, ਜਿਸ ਨੂੰ ਸਿੱਖ…— Harjinder Singh Dhami (@SGPCPresident) August 21, 2024
ଏକ୍ସ ରେ ପୋଷ୍ଟ ସେୟାର
ହରଜିନ୍ଦର ସିଂ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ଶିଖମାନଙ୍କ ଚରିତ୍ରକୁ ଭୁଲ ଭାବରେ ଚିତ୍ରଣ କରୁଥିବା ଭାରତ ସରକାର ତୁରନ୍ତ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍। ଅନେକ ସମୟରେ ବିବାଦରେ ଥିବା ଅଭିନେତ୍ରୀ କଙ୍ଗନା ଜାଣିଶୁଣି ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯାହାକୁ ଶିଖ ସମ୍ପ୍ରଦାୟ ସହ୍ୟ କରିପାରିବ ନାହିଁ।
କହିବାକୁ ଗଲେ ଚଳଚ୍ଚିତ୍ର ୬ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟର ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିଲା। କିନ୍ତୁ ରିଲିଜ୍ ହେବା ପୂର୍ବରୁ ବିବାଦ ଉପୁଜିଥିବା ଫିଲ୍ମ ଏହାର ରୋଜଗାର ଉପରେ କଣ ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା।