କଙ୍ଗନାଙ୍କ ବିରୋଧରେ ବାହାରିଲେ କୃଷକ ସଙ୍ଗଠନ, କହିଲେ ଅଭିଯୋଗ ମିଛ
ନୂଆଦିଲ୍ଲୀ, ୭ା୬: ବଲିଉଡ୍ ଅଭିନେତ୍ରୀ ତଥା ନୂଆକରି ଭାଜପାରୁ ଏମ୍ପି ହୋଇଥିବା କଙ୍ଗନା ରାଣାୱତ୍ଙ୍କ ବିରୋଧରେ କୃଷକ ସଂଗଠନ ଏକ୍ଜୁଟ୍ ହୋଇଛନ୍ତି। କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଫ୍ର କନଷ୍ଟେବଳଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମୋର୍ଚ୍ଚା ବାହାରିଛି। ଏଥିରେ ବଡ଼ ସଂଖ୍ୟାରେ କୃଷକ ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ଭାରତୀୟ କିଷାନ ନୌଯବାନ […] The post କଙ୍ଗନାଙ୍କ ବିରୋଧରେ ବାହାରିଲେ କୃଷକ ସଙ୍ଗଠନ, କହିଲେ ଅଭିଯୋଗ ମିଛ appeared first on Dharitri Odia News.
ନୂଆଦିଲ୍ଲୀ, ୭ା୬: ବଲିଉଡ୍ ଅଭିନେତ୍ରୀ ତଥା ନୂଆକରି ଭାଜପାରୁ ଏମ୍ପି ହୋଇଥିବା କଙ୍ଗନା ରାଣାୱତ୍ଙ୍କ ବିରୋଧରେ କୃଷକ ସଂଗଠନ ଏକ୍ଜୁଟ୍ ହୋଇଛନ୍ତି। କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଫ୍ର କନଷ୍ଟେବଳଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମୋର୍ଚ୍ଚା ବାହାରିଛି। ଏଥିରେ ବଡ଼ ସଂଖ୍ୟାରେ କୃଷକ ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ଭାରତୀୟ କିଷାନ ନୌଯବାନ ୟୁନିୟନ୍, ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏବଂ କିଷାନ୍ ମଜଦୁର ସଂଘର୍ଷ ସମିତି ଆଦି ସଂଗଠନ ସାମିଲ ହୋଇଥିଲେ ।
ସୂଚନା ଥାଉକି, ଚଣ୍ଡିଗଡ଼ ବିମାନ ବନ୍ଦରରେ କଙ୍ଗନାଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ମହିଳା କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ଚାକିରିରୁ ନିଲମ଼୍ବିତ କରାଯିବ ସହିତ ଗିରଫ କରାଯାଇଛି । କଙ୍ଗନାଙ୍କ ରାଜନୈତିକ ପରାମର୍ଶଦାତା କହିଥିଲେ ଯେ, ଜଣେ ସିଏସଏଫ ମହିଳା ଗାର୍ଡ ଚଣ୍ଡିଗଡ଼ ବିମାନବନ୍ଦର ଭିତରେ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ। ସେମାନେ ଦାବି କରିଥିଲେ ଯେ, ସିଏସଏଫ ଗାର୍ଡଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କୃଷକ ଆନ୍ଦୋଳନ ବିରୋଧରେ କହିବାକୁ ନେଇ ସିଏସଏଫ ଗାର୍ଡ କଙ୍ଗନାଙ୍କ ଉପରେ ରାଗିଥିଲେ। ମଣ୍ଡିରୁ ଲୋକ ସଭା ର୍ନିବାଚନ ଜିତିବା ପରେ କଙ୍ଗନା ଗୁରୁବାର ଦିଲ୍ଲୀ ଯାଉଥିବା ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏ ଘଟଣା ଘଟିଥିଲା।
The post କଙ୍ଗନାଙ୍କ ବିରୋଧରେ ବାହାରିଲେ କୃଷକ ସଙ୍ଗଠନ, କହିଲେ ଅଭିଯୋଗ ମିଛ appeared first on Dharitri Odia News.