କଟକ ଆସିବେ ପ୍ରଧାନମନ୍ତ୍ରୀ, ଗସ୍ତ ପୂର୍ବରୁ ବାୟୁସେନାର ମକଡ୍ରିଲ୍
କଟକ ୧୮।୦୫ : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକାପ୍ଟର ଯୋଗେ କଟକ ଆସିବେ । ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଖବର ଅନୁଯାୟୀ, ତଳ ବାଲିଯାତ୍ରା ପଡିଆରେ ପିଏମଙ୍କ ହେଲିକାପ୍ଟର ଅବତରଣ କରିବ। ଯେଉଁଠି ଏବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଯେହେତୁ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଏସପିଜି ଟେକଅପ କରିସାରିଛି । ତେଣୁ ସଂପୃକ୍ତ ସ୍ଥାନରେ ଏବେଠାରୁ କଟକଣା ଲାଗୁ ହୋଇସାରିଛି। ହେଲିକାପ୍ଟର ଅବତରଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।
କଟକ ୧୮।୦୫ : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକାପ୍ଟର ଯୋଗେ କଟକ ଆସିବେ । ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।

ଖବର ଅନୁଯାୟୀ, ତଳ ବାଲିଯାତ୍ରା ପଡିଆରେ ପିଏମଙ୍କ ହେଲିକାପ୍ଟର ଅବତରଣ କରିବ। ଯେଉଁଠି ଏବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଯେହେତୁ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଏସପିଜି ଟେକଅପ କରିସାରିଛି । ତେଣୁ ସଂପୃକ୍ତ ସ୍ଥାନରେ ଏବେଠାରୁ କଟକଣା ଲାଗୁ ହୋଇସାରିଛି। ହେଲିକାପ୍ଟର ଅବତରଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।