କଟକ ଜିଲ୍ଲାର କିଏ ହେବେ ଜିଲ୍ଲାପାଳ ?
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଭାବେ ପରିଚିତ କଟକ। ଏଠାରେ ହାଇକୋର୍ଟ, ମେଡିକାଲ, ପୋଲିସ ମୁଖ୍ୟାଳୟ, ପରିବହନ... The post କଟକ ଜିଲ୍ଲାର କିଏ ହେବେ ଜିଲ୍ଲାପାଳ ? appeared first on .
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଭାବେ ପରିଚିତ କଟକ। ଏଠାରେ ହାଇକୋର୍ଟ, ମେଡିକାଲ, ପୋଲିସ ମୁଖ୍ୟାଳୟ, ପରିବହନ କାର୍ଯ୍ୟାଳୟ ଆଦି ପ୍ରମୁଖ ସରକାରୀ ଅଫିସ ରହିଛି। କିନ୍ତୁ ଏହି ଜିଲ୍ଲାରେ ନାହାନ୍ତି ଜିଲ୍ଲାପାଳ। କାରଣ କଟକ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି। କିନ୍ତୁ ସେବେ ଠାରୁ ଜିଲ୍ଲାପାଳ ଭାବେ କାହାକୁ ଦାୟିତ୍ବ ଦିଆଯାଇନାହିଁ। ଜିଲ୍ଲାର ପ୍ରଶାସନିକ ସ୍ତରରେ ଏହି ପଦବୀ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜିଲ୍ଲାପାଳ ଭାବେ କାହାକୁ ନିଯୁକ୍ତ କରାଯିବ ସେ ନିଷ୍ପତ୍ତି ନେଇ ପାରୁନାହାନ୍ତି ସରକାର। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି କଟକର ବିଦ୍ଧିଜୀବୀ। ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଉପରମୁଣ୍ଡ ବନ୍ୟାଜଳ ଜିଲ୍ଲାକୁ ଜଳାର୍ଣ୍ଣବ କରିବ। ସହରରେ ମଧ୍ୟ ଜଳବନ୍ଦୀ ସମସ୍ୟା ରହିଛି। ମଶା ତଥା ଡେଙ୍ଗୁ ନେଇ ଆଶା ଆଶଙ୍କା ଲାଗି ରହିଛି। ଏଠାରେ ହଜାର ହଜାର କୋଟି ଟଙ୍କା ବିନିଯୋଗରେ ଏକାଧିକ ପ୍ରକଳ୍ପ କାମ ଚାଲିଛି। ଏ ସବୁକୁ ତଦାରଖ କରିବା ଜିଲ୍ଲାପାଳଙ୍କ ଦାୟିତ୍ୱ। ଏହା ସରକାର ବୁଝିବା ଦରକାର, କିନ୍ତୁ ଆରମ୍ଭରୁ ଏ ସରକାର କାହିଁ ଝୁଣ୍ଟିବା ପରି ଲାଗୁଛି। ଜିଲ୍ଲାପାଳ ଘୋଷଣାରେ ବିଳମ୍ବ ଏହାର ପ୍ରମାଣ ବୋଲି ବିଦ୍ଧିଜୀବୀ ମତ ଦେଇଛନ୍ତି। ଜିଲ୍ଲାର ଗୁରୁତ୍ୱକୁ ବୁଝି ସରାକର ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ମେୟର।
The post କଟକ ଜିଲ୍ଲାର କିଏ ହେବେ ଜିଲ୍ଲାପାଳ ? appeared first on .