କଟକ ଡବଲ ମର୍ଡର ଘଟଣା: ୬ ବର୍ଷ ପରେ ଧରାପଡିଲା ହତ୍ୟା ଅଭିଯୁକ୍ତ

କନକ ବ୍ୟୁରୋ: କଟକ ବୃଦ୍ଧ ଦମ୍ପତି ହତ୍ୟାକାଣ୍ଡର ୬ ବର୍ଷ ପରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ। ଚୋର ବେଶରେ ହତ୍ୟାକାରୀକୁ ଧରିଲା କମିଶନରେଟ୍ ପୋଲିସ। ସାମ୍ୱାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ। ୨୦୧୯ ଡିସେମ୍ୱର ୧୪ ତାରିଖ ଦିନ କଟକ ବେଲେଶ୍ୱରରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ ତାଙ୍କ ଘରର ଚାକରାଣୀ ଓ ତାଙ୍କ ସ୍ୱାମୀ । ସେମାନେ ହେଲେ ବାସନ୍ତୀ ଓ ଏମାନ ସମତ। ଉଭୟଙ୍କୁ ଗିରଫ କରାଯାଇଛି। ହିନ୍ଦୀ ସିନେମା ଦୃଶ୍ୟମ ସିନେମା ଶୈଳୀରେ ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର। ମାସେ ଆଗରୁ ମର୍ଡର ପ୍ଲାନ କରିଥିଲେ ଅଭିଯୁକ୍ତ ଦମ୍ପତି। ପୂର୍ବ ପ୍ରସ୍ତୁତି ଅନୁସାର ଘରର ମାଲିକ ୭୦ ବର୍ଷିୟ ଶ୍ରୀନାଥ ସାମଲ ଏବଂ ୬୪ ବର୍ଷିୟ ବିଦୁଲତା ସାମଲଙ୍କୁ ହତ୍ୟା କରିଥିଲେ ।