କଟକ ନେତାଜୀ ସେତୁ ଉପରେ ସିରିଜ୍ ଦୁର୍ଘଟଣା, ୨ ବାଇକ୍‌ ଏବଂ କାର୍‌କୁ ଧକ୍କା ଦେଲା ଇନୋଭା, ଦୁଇ ଗୁରୁତର ଆହତ

କଟକ: କଟକ ଜୁଡିସିଆଲ ଏକାଡେମୀରୁ ତ୍ରିଶୂଳିଆକୁ ସଂଯୋଗ କରୁଥିବା ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା ଘଟାଇଛି ଇନୋଭା କାର୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଦ୍ରୁତ ଗତିରେ ତ୍ରିଶୂଳିଆ ପଟୁ ଆସୁଥିବା ଏକ ଇନୋଭା କାର୍‌ ପ୍ରଥମେ ଗୋଟିଏ ଚାରି ଚକିଆକୁ ଧକ୍କା ଦେଇଥିଲା ।ଆଉ ଏହା ପରେ ଏକ ବୁଲେଟ୍‌ ପୁଣି ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା। ଆଉ ଏହି ସିରିଜ୍ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ ହୋଇଛନ୍ତି।ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ମର୍କତ ନଗର ପୋଲିସ।  ତେବେ ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡିର ଡ୍ରାଇଭର ଫେରାର ହୋଇଯାଇଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଇନୋଭା କାର୍‌ ଏତେ ଦ୍ରୁତ ବେଗରେ ଆସୁଥିଲା ଯେ, ଧକ୍କା ପରେ ପ୍ରାୟ ବାଇକ୍‌ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। 

କଟକ ନେତାଜୀ ସେତୁ ଉପରେ ସିରିଜ୍ ଦୁର୍ଘଟଣା, ୨ ବାଇକ୍‌ ଏବଂ କାର୍‌କୁ ଧକ୍କା ଦେଲା ଇନୋଭା, ଦୁଇ ଗୁରୁତର ଆହତ

କଟକ: କଟକ ଜୁଡିସିଆଲ ଏକାଡେମୀରୁ ତ୍ରିଶୂଳିଆକୁ ସଂଯୋଗ କରୁଥିବା ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା ଘଟାଇଛି ଇନୋଭା କାର୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଦ୍ରୁତ ଗତିରେ ତ୍ରିଶୂଳିଆ ପଟୁ ଆସୁଥିବା ଏକ ଇନୋଭା କାର୍‌ ପ୍ରଥମେ ଗୋଟିଏ ଚାରି ଚକିଆକୁ ଧକ୍କା ଦେଇଥିଲା ।

ଆଉ ଏହା ପରେ ଏକ ବୁଲେଟ୍‌ ପୁଣି ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା। ଆଉ ଏହି ସିରିଜ୍ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ ହୋଇଛନ୍ତି।ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ମର୍କତ ନଗର ପୋଲିସ।  ତେବେ ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡିର ଡ୍ରାଇଭର ଫେରାର ହୋଇଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଇନୋଭା କାର୍‌ ଏତେ ଦ୍ରୁତ ବେଗରେ ଆସୁଥିଲା ଯେ, ଧକ୍କା ପରେ ପ୍ରାୟ ବାଇକ୍‌ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା।