କଟକ ବଡ଼ ମେଡିକାଲ ପରିସରରେ ପୋଲିସର ଦବଙ୍ଗଗିରୀ, ରୋଗୀଙ୍କ ସାର୍ଟ ଚିରିଦେଲେ
କଟକ : ଆଜି କଟକ scb ବଡ଼ ମେଡିକାଲ ପରିସରରେ ଥିବା Ent ବିଭାଗ ଟିକେଟ କାଉଣ୍ଟରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସୂଚନା ମୁତାବକ, ଜଣେ ବ୍ୟକ୍ତି ଟିକେଟ କାଟିବା ପାଇଁ ent ବିଭାଗ କୁ ଆସିଥିଲେ । ସେହି ସମୟରେ ଜଣେ ଡାକ୍ତର ଆସି ଆଗ ଟିକେଟ କାଟିବା ପାଇଁ ଚେଷ୍ଟା କରିଥିଲେ । ଠିକ ସେହି ସମୟରେ ବ୍ୟକ୍ତି ଜଣଙ୍କ ବିରୋଧ କରିଥିଲେ କି ଆଗ ଆମେ ଲାଇନରେ ଛିଡ଼ା ହେଇଛୁ […] The post କଟକ ବଡ଼ ମେଡିକାଲ ପରିସରରେ ପୋଲିସର ଦବଙ୍ଗଗିରୀ, ରୋଗୀଙ୍କ ସାର୍ଟ ଚିରିଦେଲେ appeared first on KNews Odisha.

କଟକ : ଆଜି କଟକ scb ବଡ଼ ମେଡିକାଲ ପରିସରରେ ଥିବା Ent ବିଭାଗ ଟିକେଟ କାଉଣ୍ଟରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସୂଚନା ମୁତାବକ, ଜଣେ ବ୍ୟକ୍ତି ଟିକେଟ କାଟିବା ପାଇଁ ent ବିଭାଗ କୁ ଆସିଥିଲେ । ସେହି ସମୟରେ ଜଣେ ଡାକ୍ତର ଆସି ଆଗ ଟିକେଟ କାଟିବା ପାଇଁ ଚେଷ୍ଟା କରିଥିଲେ ।
ଠିକ ସେହି ସମୟରେ ବ୍ୟକ୍ତି ଜଣଙ୍କ ବିରୋଧ କରିଥିଲେ କି ଆଗ ଆମେ ଲାଇନରେ ଛିଡ଼ା ହେଇଛୁ । କଣ ପାଇଁ ଡାକ୍ତର ଜଣଙ୍କ ଆଗ ଟିକେଟ କାଟିବେ । ଏହା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଟିକେଟ କାଉଣ୍ଟର ସମ୍ମୁଖରେ ଜୋର ଜବରଦସ୍ତ କୌଣସି ଲୋକଙ୍କୁ ଟିକେଟ କଟେଇ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି ।
ଖବର ପାଇଁ scb ବଡ଼ ମେଡିକାଲ ସୁପରୀଟେଣ୍ଡ ଘଟଣାସ୍ଥଳରେ ପହଁଚି ମଙ୍ଗଳାବାଗ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳ ପୋଲିସ ପହଁଚି ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ଆଣିଥିଲା । ସୂଚନା ମୁତାବକ ଉକ୍ତ ବ୍ୟକ୍ତିଙ୍କ ଘର କଟକ, ଶଙ୍କରପୁର ଠାରେ ବୋଲି ଜଣାପଡିଛି । ଏହା ସହ ବ୍ୟକ୍ତି ଜଣଙ୍କ କାଉଣ୍ଟରରେ ବସିଥିବା ଷ୍ଟାପଙ୍କ ଭିଡିଓ କରିବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିବା କଥା ସାମ୍ନାକୁ ଆସିଛି ।
କିନ୍ତୁ ବଡ଼ କଥା ହେଉଛି କି ଉକ୍ତ ବ୍ୟକ୍ତିଙ୍କୁ ଉପସ୍ଥିତ ଥିବା ପୋଲିସ ଯେଉଁ ଭଳି ଭାବେ ବ୍ୟବହାର କରିଛନ୍ତି ଓ ଉକ୍ତ ବ୍ୟକ୍ତିଙ୍କ ସାର୍ଟକୁ ମଧ୍ୟ ପୋଲିସ ଚିରି ଦେଇଥିବା ଦେଖିବାକୁ ମିଳିଛି । କଟକ scb ବଡ଼ ମେଡିକାଲ ବିଶ୍ୱସ୍ତର ମେଡିକାଲ ହେବା ପାଇଁ ଯାଉଛି । ହେଲେ ଏହି ଭଳି ଚିତ୍ର scb ବଡ଼ ମେଡିକାଲର ଅପାରଗତାକୁ ସର୍ବ ସମ୍ମୁଖରେ ଦର୍ଶାଉଛି । ଏବେ ପର୍ଯ୍ୟନ୍ତ ମେଡିକାଲ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।
The post କଟକ ବଡ଼ ମେଡିକାଲ ପରିସରରେ ପୋଲିସର ଦବଙ୍ଗଗିରୀ, ରୋଗୀଙ୍କ ସାର୍ଟ ଚିରିଦେଲେ appeared first on KNews Odisha.