କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର ୭।୮: ଘୂର୍ଣ୍ଣିବଳୟ ଫଳରେ ଲାଗିରହିଛି ବର୍ଷା । ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବାଙ୍କୀରେ ସର୍ବାଧିକ ୩୧୭ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭାପୁରରେ ୨୧୦.୬ମିମି ବର୍ଷା ରେକର୍ଡ ହୋଇଛି । ସେହିଭଳି ବେଗୁନିଆରେ ୧୯୬ମିମି, ବୀରମହାରାଜପୁରରେ ୧୪୭ମିମି, ହିନ୍ଦୋଳରେ ୧୪୪ମିମି, ଡ଼ାବୁଗାଁରେ ୧୪୨.୨ମିମି, ବଲାଙ୍ଗିରରେ ୧୩୫ମିମି, ବରଗଡରେ ୧୩୫ମିମି, ରଣପୁରରେ ୧୩୨.୪ମିମି, ଅତାବିରାରେ ୧୩୨.୨ମିମି, ଖଜୁରିପଦାରେ ୧୩୦.୪ମିମି, ଭଟଲିରେ ୧୩୦ମିମି, ବୋଲଗଡରେ ୧୩୦ମିମି ଏବଂ ଧର୍ମଗଡ଼ରେ ୧୨୯.୬ମିମି ବର୍ଷା ରେକର୍ଡ ହୋଇଛି ।You Can Read:ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ : ଜଣେ ବୃଦ୍ଧଙ୍କ ମୃତ୍ୟୁ

କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର ୭: ଘୂର୍ଣ୍ଣିବଳୟ ଫଳରେ ଲାଗିରହିଛି ବର୍ଷା । ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବାଙ୍କୀରେ ସର୍ବାଧିକ ୩୧୭ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭାପୁରରେ ୨୧୦.୬ମିମି ବର୍ଷା ରେକର୍ଡ ହୋଇଛି । ସେହିଭଳି ବେଗୁନିଆରେ ୧୯୬ମିମି, ବୀରମହାରାଜପୁରରେ ୧୪୭ମିମି, ହିନ୍ଦୋଳରେ ୧୪୪ମିମି, ଡ଼ାବୁଗାଁରେ ୧୪୨.୨ମିମି, ବଲାଙ୍ଗିରରେ ୧୩୫ମିମି, ବରଗଡରେ ୧୩୫ମିମି, ରଣପୁରରେ ୧୩୨.୪ମିମି, ଅତାବିରାରେ ୧୩୨.୨ମିମି, ଖଜୁରିପଦାରେ ୧୩୦.୪ମିମି, ଭଟଲିରେ ୧୩୦ମିମି, ବୋଲଗଡରେ ୧୩୦ମିମି ଏବଂ ଧର୍ମଗଡ଼ରେ ୧୨୯.୬ମିମି ବର୍ଷା ରେକର୍ଡ ହୋଇଛି ।

You Can Read:

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ : ଜଣେ ବୃଦ୍ଧଙ୍କ ମୃତ୍ୟୁ