କଟକ ବାଙ୍କୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ସାଂସଦ ଅପରାଜିତାଙ୍କୁ ବିରୋଧ। ବାଙ୍କୀରେ ଇଥାନାଲ କମ୍ପାନୀର ଉଦଘାଟନ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ... The post କଟକ ବାଙ୍କୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ appeared first on .
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ସାଂସଦ ଅପରାଜିତାଙ୍କୁ ବିରୋଧ। ବାଙ୍କୀରେ ଇଥାନାଲ କମ୍ପାନୀର ଉଦଘାଟନ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଣ୍ଡଳୀ ଗ୍ରାମ ପଞ୍ଚାୟତର ଲୋକେ ବିରୋଧ କରିଛନ୍ତି। ଶତାଧିକ ସଂଖ୍ୟାରେ ଲୋକେ ଗୋବିନ୍ଦପୁର ଛକରେ ବିରୋଧ ପ୍ରଦର୍ଶନ କରିଥିଲେ। ଅପରାଜିତାଙ୍କୁ ବିରୋଧ କରି ଗୋ ବ୍ୟାକ୍ ନାରା ଦେଇଥିଲେ। ଉଦଘାଟିତ ହେବାକୁ ଥିବା କମ୍ପାନୀରୁ ଧୂଆ ବାହାରି ଅଂଚଳ ପ୍ରଦୂଷିତ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ। ପ୍ରବଳ ଦୁର୍ଗନ୍ଧରୁ ଲୋକଙ୍କୁ ଘରେ ରହିବା ମୁସକିଲ ହୋଇପଡିଛି। ଯାହାକୁ ନେଇ ଅପରାଜିତାଙ୍କୁ ଜୋରଦାର ବିରୋଧ କରାଯାଇଛି।
The post କଟକ ବାଙ୍କୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ appeared first on .