କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍
କଟକ,୨୨।୩: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍। ଦକ୍ଷିଣ ଆଫ୍ରିକା-ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଶନିବାର ପ୍ରକାଶ ପାଇଛି। ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଡିସେମ୍ବର ୯ରେ ଖେଳାଯିବ। ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ୫ଟି ଏବଂ ୩ଟି ଦିନିକିଆ ମ୍ୟାଚର ଏକ ସିରିଜ ଖେଳାଯିବ। ଏହା ବ୍ୟତୀତ ଭାରତକୁ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସିରିଜ […] The post କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍ appeared first on Dharitri Odia News.
କଟକ,୨୨।୩: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍। ଦକ୍ଷିଣ ଆଫ୍ରିକା-ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଶନିବାର ପ୍ରକାଶ ପାଇଛି। ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଡିସେମ୍ବର ୯ରେ ଖେଳାଯିବ।
ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ୫ଟି ଏବଂ ୩ଟି ଦିନିକିଆ ମ୍ୟାଚର ଏକ ସିରିଜ ଖେଳାଯିବ। ଏହା ବ୍ୟତୀତ ଭାରତକୁ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସିରିଜ ଖେଳିବାକୁ ପଡିବ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ହେବ, ଯାହା ମଧ୍ୟରୁ ୩ଟି ମ୍ୟାଚ୍ ରାଞ୍ଚି, ରାୟପୁର ଏବଂ ଭାଇଜାଗରେ ଖେଳାଯିବ। ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଡିସେମ୍ବର ୯ରୁ ଆରମ୍ଭ ହୋଇ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଖେଳାଯିବ। ସବୁଠାରୁ ବଡ କଥା ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି-୨୦ କଟକରେ ଖେଳାଯିବ।
ଦିନିକିଆ ସିରିଜ
ପ୍ରଥମ ଦିନିକିଆ- ନଭେମ୍ବର ୩୦- ରାଞ୍ଚି
ଦ୍ୱିତୀୟ ଦିନିକିଆ- ଡିସେମ୍ବର ୩- ରାୟପୁର
ତୃତୀୟ ଦିନିକିଆ – ଡିସେମ୍ବର ୬ – ଭାଇଜାଗ
ଟି-୨୦
ପ୍ରଥମ ଟି-୨୦- ୯ ଡିସେମ୍ବର- କଟକ
ଦ୍ୱିତୀୟ ଟି-୨୦- ୧୧ ଡିସେମ୍ବର- ନାଗପୁର
ତୃତୀୟ ଟି-୨୦- ୧୪ ଡିସେମ୍ବର- ଧର୍ମଶାଳା
ଚତୁର୍ଥ ଟି-୨୦- ୧୭ ଡିସେମ୍ବର- ଲକ୍ଷ୍ନୌ
ପଞ୍ଚମ ଟି-୨୦- ୧୯ ଡିସେମ୍ବର- ଅହମ୍ମଦାବାଦ
The post କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍ appeared first on Dharitri Odia News.