କଟକ ଷ୍ଟିଓ୍ବାର୍ଟ ସ୍କୁଲ ପକ୍ଷରୁ ଡିଜିଟାଲର ଖରାପ ପ୍ରଭାବକୁ ନେଇ ସଚେତନ କାର୍ଯ୍ୟକ୍ରମ
କଟକ: ଆଜି କଟକ ଷ୍ଟିଓ୍ବାର୍ଟ ସ୍କୁଲ ପକ୍ଷରୁ ଅହେତୁକ ଡିଜିଟାଲ ଆକର୍ଷଣ ଓ ସ୍ବଚ୍ଛତା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଛି। ଚଣ୍ଡି ଛକ ଓ ରେଭେନ୍ସା ଛକରେ ଷ୍ଟିଓ୍ବାର୍ଟ ସ୍କୁଲର ଏନ୍ ସି ସି,ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ମାନେ ରୋଟାରୀ କ୍ଲବ ସହାୟତାରେ ଏହି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଛନ୍ତି।ଏହି ପଥପ୍ରାପ୍ତ ନାଟକ ଜରିଆରେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଅଯଥାରେ ମଜ୍ଜି ରହିବା, ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ମନ,ଶରୀର ଓ କର୍ମକୁଶଳତାକୁ କିଭଳି ପ୍ରଭାବିତ କରୁଛି,ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଥିଲେ। ସେହିପରି ସହରର ସ୍ବଚ୍ଛତା ପ୍ରତି କିଭଳି ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ରହିଛି ଓ ସମସ୍ତେ ସଚେତନ ହେଲେ ଆମ ସହର କିଭଳି ସ୍ବଚ୍ଛ, ସୁନ୍ଦର ହୋଇପାରିଵ ସେ ନେଇ ପଥପ୍ରାନ୍ତ ନାଟକ ଜରିଆରେ ଛାତ୍ରଛାତ୍ରୀ ମାନେ ପ୍ରୟାସ କରିଥିଲେ।
କଟକ: ଆଜି କଟକ ଷ୍ଟିଓ୍ବାର୍ଟ ସ୍କୁଲ ପକ୍ଷରୁ ଅହେତୁକ ଡିଜିଟାଲ ଆକର୍ଷଣ ଓ ସ୍ବଚ୍ଛତା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଛି। ଚଣ୍ଡି ଛକ ଓ ରେଭେନ୍ସା ଛକରେ ଷ୍ଟିଓ୍ବାର୍ଟ ସ୍କୁଲର ଏନ୍ ସି ସି,ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ମାନେ ରୋଟାରୀ କ୍ଲବ ସହାୟତାରେ ଏହି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଛନ୍ତି।
ଏହି ପଥପ୍ରାପ୍ତ ନାଟକ ଜରିଆରେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଅଯଥାରେ ମଜ୍ଜି ରହିବା, ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ମନ,ଶରୀର ଓ କର୍ମକୁଶଳତାକୁ କିଭଳି ପ୍ରଭାବିତ କରୁଛି,ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଥିଲେ। ସେହିପରି ସହରର ସ୍ବଚ୍ଛତା ପ୍ରତି କିଭଳି ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ରହିଛି ଓ ସମସ୍ତେ ସଚେତନ ହେଲେ ଆମ ସହର କିଭଳି ସ୍ବଚ୍ଛ, ସୁନ୍ଦର ହୋଇପାରିଵ ସେ ନେଇ ପଥପ୍ରାନ୍ତ ନାଟକ ଜରିଆରେ ଛାତ୍ରଛାତ୍ରୀ ମାନେ ପ୍ରୟାସ କରିଥିଲେ।