କଟକ ସହର ହେବ ଜଳବନ୍ଦୀ ମୁକ୍ତ, ହାଇକୋର୍ଟଙ୍କୁ ଅବଗତ କଲେ ନଗର ଉନ୍ନୟନ ସଚିବ
କଟକ: କଟକ ସହରକୁ ଜଳବନ୍ଦୀ ମୁକ୍ତ କରିବା ଲାଗି ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ହେଉଛି। ସେଥିପାଇଁ ଅର୍ଥର ଅଭାବ ରହିବ ନାହିଁ । ଶୁକ୍ରବାର ଆଭାସୀ ଜରିଆରେ ହାଜର ହୋଇ ଏ ପ୍ରସଙ୍ଗରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ। ହେଲେ, ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ତେବେ କଟକ ସହରରୁ ବର୍ଷା ଜଳ ନିଷ୍କାସନ ନେଇ ଯେଉଁ ସମସ୍ୟା ଦେଖାଦେଉଛି, ତା’ର ଆଶୁ ସମାଧାନ ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ସିଏମସି କମିଶନର। ହେଲେ ରେଳ ବିଭାଗର ଅସହଯୋଗ କାରଣରୁ ମତ୍ତଗଜପୁର ଆଡ଼କୁ ନର୍ଦ୍ଦମା ପାଣି ପ୍ରବାହିତ ହୋଇପାରୁନାହିଁ ବୋଲି ଆଡଭୋକେଟ କମିଟି ପକ୍ଷରୁ ଦାୟର ରିପୋର୍ଟରେ ଦର୍ଶାଯାଇଥିଲା। ଏହାର ସତ୍ୟତା ପରଖିବା ଲାଗି ଆସନ୍ତା ରବିବାର ଏକ ବୈଷୟିକ ଟିମ କ୍ଷେତ୍ର ପରିଦର୍ଶନ କରିବାଲାଗି ନିର୍ଦ୍ଦେଶ ହୋଇଛି।ସୂଚନାଥାଉକି, କଟକ ସହରରେ ଜଳବନ୍ଦୀ ପରିସ୍ଥିତିକୁ ରୋକିବାରେ ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେବି ସଫଳ ହୋଇନାହିଁ। ଯାହାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ସମାଲୋଚନା କରିଥିଲେ। ହାଇକୋର୍ଟ କହିଥିଲେ ଏହାଯୋଗୁ କଟକବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିରେ କୋର୍ଟ ଏନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ସଙ୍କଟର ମୁ
କଟକ: କଟକ ସହରକୁ ଜଳବନ୍ଦୀ ମୁକ୍ତ କରିବା ଲାଗି ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ହେଉଛି। ସେଥିପାଇଁ ଅର୍ଥର ଅଭାବ ରହିବ ନାହିଁ । ଶୁକ୍ରବାର ଆଭାସୀ ଜରିଆରେ ହାଜର ହୋଇ ଏ ପ୍ରସଙ୍ଗରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ। ହେଲେ, ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ।
ତେବେ କଟକ ସହରରୁ ବର୍ଷା ଜଳ ନିଷ୍କାସନ ନେଇ ଯେଉଁ ସମସ୍ୟା ଦେଖାଦେଉଛି, ତା’ର ଆଶୁ ସମାଧାନ ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ସିଏମସି କମିଶନର। ହେଲେ ରେଳ ବିଭାଗର ଅସହଯୋଗ କାରଣରୁ ମତ୍ତଗଜପୁର ଆଡ଼କୁ ନର୍ଦ୍ଦମା ପାଣି ପ୍ରବାହିତ ହୋଇପାରୁନାହିଁ ବୋଲି ଆଡଭୋକେଟ କମିଟି ପକ୍ଷରୁ ଦାୟର ରିପୋର୍ଟରେ ଦର୍ଶାଯାଇଥିଲା। ଏହାର ସତ୍ୟତା ପରଖିବା ଲାଗି ଆସନ୍ତା ରବିବାର ଏକ ବୈଷୟିକ ଟିମ କ୍ଷେତ୍ର ପରିଦର୍ଶନ କରିବାଲାଗି ନିର୍ଦ୍ଦେଶ ହୋଇଛି।
ସୂଚନାଥାଉକି, କଟକ ସହରରେ ଜଳବନ୍ଦୀ ପରିସ୍ଥିତିକୁ ରୋକିବାରେ ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେବି ସଫଳ ହୋଇନାହିଁ। ଯାହାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ସମାଲୋଚନା କରିଥିଲେ। ହାଇକୋର୍ଟ କହିଥିଲେ ଏହାଯୋଗୁ କଟକବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିରେ କୋର୍ଟ ଏନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ସଙ୍କଟର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଅଧିକାରୀଙ୍କ ସମନ ଜାରି କରି ହାଜର ହେବାକୁ କହିଥିଲେ।