କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଚଢାଉ। ଫ୍ୟାକ୍ଟ୍ରିର ମାଲିକଙ୍କୁ ଅଟକ ରଖି ପଚରାଉଚରା
କନକ ବ୍ୟୁରୋ: କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଚଢାଉ। ସିଏମସିର ଖାଦ୍ୟ ବିଭାଗ ଏବଂ କମିଶନରେଟ ପୋଲିସ ମିଳିତ ଚଢାଉ କରିଛନ୍ତି। କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଚାଲିଥିଲା ଏହି କ୍ଷୀର କମ୍ପାନୀ। ଖାଇବା ସୋଡ଼ା, କେମିକାଲ, ଦୂଷିତ ପାଣି ଏବଂ ଲୁଣ ମିଶାଯାଇ କ୍ଷୀର ପ୍ୟାକେଟ୍ ପ୍ରସ୍ତୁତ ହେଉଥିଲା ବୋଲି ଚଢାଉ ବେଳେ ଜଣାପଡିଛି। କେବଳ କ୍ଷୀର ନୁହେଁ, ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଉଥିଲା। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ରୋହିଣୀ ନାଁରେ କ୍ଷୀର ବିକ୍ରୟ ପାଇଁ ପଠାଯାଉଥିଲା। ସିଏମସିର ହେଲଥ ବିଭାଗ ଏହି କ୍ଷୀର ଫ୍ୟାକ୍ଟ୍ରିରୁ ନମୁନା ସଂଗ୍ରହ କରିଥିବା ବେଳେ ଫ୍ୟାକ୍ଟ୍ରିର ମାଲିକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।