'କଟକର ଏକ ହୋଟେଲରେ 5 କୋଟିରେ ବିକ୍ରି ହେଲା ବିଜେଡି ଟିକେଟ୍'
ବିଜେଡି ଛାଡ଼ିବା ପରେ ଦଳ ଉପରେ ବର୍ଷିଛନ୍ତି କୈଳାସ କୁଲେସିକା।
'ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ କହିଥିଲେ, ରାତିଦିନ ନଶୋଇ ଦଳ ପାଇଁ କାମ କରି ଚାଲ'। ଦଳ ପକ୍ଷରୁ ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା, 2024 ନିର୍ବାଚନରେ ବିଜେଡି ଟିକେଟ୍ ମିିଳିବ। ସେ ବି ଦିନରାତି ଏକ କରି ସଂଗଠନ ସଜାଡ଼ିବାରେ ବ୍ୟସ୍ତ ଥିଲେ କିନ୍ତୁ ଭରସା ଓ ବିଶ୍ବାସ ଭାଙ୍ଗିଦେଲେ ବିଜେଡି ଦଳର ମୁଖିଆ। ଆଖିରୁ ଲୁହ ଝରିଲା ଆଉ ନିଷ୍ପତ୍ତି ନେଲେ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ। ଆମେ କହୁଛୁ, କୋରାପୁଟର ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କ କଥା। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ କୈଳାସ କୁଲେସିକା ଖୋଲିଦେଲେ ବିଜେଡି ଟିକେଟ୍ ଡିଲ୍ର ଗୁମର।