କଟକରେ ଆରମ୍ଭ ହେଲା ୨୧ତମ ବୈଶାଖୀ ବାଣିଜ୍ୟ ମେଳା

କଟକ: କଟକ ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଛି ୨୧ତମ ବୈଶାଖୀ ବାଣିଜ୍ୟ ମେଳା। ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଏହି ମେଳାକୁ ଉଦଘାଟନ କରିଛନ୍ତି। ସାଧବ ପୁଅମାନେ ଦରିଆପାରି ବଣିଜ କରିବା ପାଇଁ ଗଡ଼ଗଡ଼ିଆ ଘାଟରୁ ନୌଯାତ୍ରାରେ ବାହାରୁଥିବା ଅବସରକୁ ବାଲିଯାତ୍ରା ଭାବେ ପାଳନ କରାଯାଉଥିବାବେଳେ, ବିଦେଶରୁ ଫେରି ବିଦେଶରୁ ନଦୀ ପଠାରେ ଆଣିଥିବା ଜିନିଷର ବ୍ୟବସାୟ କରିବାକୁ ବୈଶାଖୀ ମେଳା ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ବୈଶାଖୀ ମେଳାରେ ୬୫୦ଟି ଷ୍ଟଲ ସ୍ଥାନ ପାଇଛି। ଏଥି ମଧ୍ୟରେ ୧୦ଟି ଦେଶର ୧୧୦ଟି ଷ୍ଟଲ ରହିଛି। ବିଶେଷ କରି ଆଫଗାନିସ୍ଥାନର ଡ୍ରାଏ ଫ୍ରୁଟ ଷ୍ଟଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।