କଟକରେ ଗଣେଶ ପୂଜା ପ୍ରସ୍ତୁତି, ବୈଠକରେ ଅତ୍ୟଧିକ ଡିଜେ ସାଉଣ୍ଡକୁ ବାରଣ

କଟକ: ଆଗକୁ ଆସୁଛି ଗଣେଶ ପୂଜା । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକ ସାରଳା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶାନ୍ତି କମିଟି, ପୂଜା କମିଟି ଓ ଗଣେଶ ପୂଜା କରୁଥିବା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବିଶେଷ କରି ଚଳିତ ଥର ଶାନ୍ତି ଶୃଙ୍ଖଳାରେ ପୂଜା ଅନୁଷ୍ଠିତ ହେବ ସେନେଇ ଆଲୋଚନା କରାଯାଇଥିଲା।ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧୫, ୨୨ ଓ ୨୯ ତାରିଖ ଅର୍ଥାତ ତିନୋଟି ରବିବାରରେ ଭସାଣୀ ଯାତ୍ରା କରାଯିବ । କୌଣସି ଭାବରେ ଚାନ୍ଦା ଆଦାୟ କରାଯିବ ନାହିଁ । ସେହିଭଳି କେବଳ ୬୫ ଡେସିମିଲ ସାଉଣ୍ଡ ଭିତରେ ଡିଜେ ବାଜିପାରିବ ।  ଅଧିକ ଜୋରରେ ବଜାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ କୁମାର ପଣ୍ଡା ।

କଟକରେ ଗଣେଶ ପୂଜା ପ୍ରସ୍ତୁତି, ବୈଠକରେ ଅତ୍ୟଧିକ ଡିଜେ ସାଉଣ୍ଡକୁ ବାରଣ

କଟକ: ଆଗକୁ ଆସୁଛି ଗଣେଶ ପୂଜା । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକ ସାରଳା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶାନ୍ତି କମିଟି, ପୂଜା କମିଟି ଓ ଗଣେଶ ପୂଜା କରୁଥିବା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବିଶେଷ କରି ଚଳିତ ଥର ଶାନ୍ତି ଶୃଙ୍ଖଳାରେ ପୂଜା ଅନୁଷ୍ଠିତ ହେବ ସେନେଇ ଆଲୋଚନା କରାଯାଇଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧୫, ୨୨ ଓ ୨୯ ତାରିଖ ଅର୍ଥାତ ତିନୋଟି ରବିବାରରେ ଭସାଣୀ ଯାତ୍ରା କରାଯିବ । କୌଣସି ଭାବରେ ଚାନ୍ଦା ଆଦାୟ କରାଯିବ ନାହିଁ । ସେହିଭଳି କେବଳ ୬୫ ଡେସିମିଲ ସାଉଣ୍ଡ ଭିତରେ ଡିଜେ ବାଜିପାରିବ ।  ଅଧିକ ଜୋରରେ ବଜାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ କୁମାର ପଣ୍ଡା ।