କଟକରେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା, ଗିରଫ ହଲା ୭ମ ଅଭିଯୁକ୍ତ

କଟକ: ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା। ଫେରାର ଥିବା ସପ୍ତମ ଅଭିଯୁକ୍ତକୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଥିଲା ବାଦାମବାଡ଼ି ଥାନା ପୋଲିସ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଗତ ମାସ ୭ ତାରିଖରେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା ନାବାଳିକା।ସୂଚନାଥାଉକି, ବାଦାମବାଡ଼ି ଥାନା ଅନ୍ତର୍ଗତ ଏକ ଅନୁଦାନ ପ୍ରାପ୍ତ କଲେଜର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ପରେ ଭିଡିଓ ଭାଇରାଲ୍ କରିବା ନେଇ ଅଭିଯୋଗ ହୋଇଥିଲା । ନାବାଳିକା ଛାତ୍ରୀଙ୍କୁ ଏକ ସାଇବର କାଫେ ସମେତ ବିଭିନ୍ନ ସ୍ଥାନକୁ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଆଉ ମାମଲାର ତଦନ୍ତ କରି ପୋଲିସ ପ୍ରଥମେ ୬ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଛାତ୍ରୀ ପଢୁଥିବା କଲେଜର ଚାରି ଛାତ୍ର ଏବଂ ଦୁଇ ଜଣ ଅଣଛାତ୍ର ରହିଛନ୍ତି। ସେମାନଙ୍କ ବିରୋଧରେ ପୋକ୍ସୋ ଏବଂ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ କରାଯାଇଛି ।

କଟକରେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା, ଗିରଫ ହଲା ୭ମ ଅଭିଯୁକ୍ତ

କଟକ: ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା। ଫେରାର ଥିବା ସପ୍ତମ ଅଭିଯୁକ୍ତକୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଥିଲା ବାଦାମବାଡ଼ି ଥାନା ପୋଲିସ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଗତ ମାସ ୭ ତାରିଖରେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା ନାବାଳିକା।

ସୂଚନାଥାଉକି, ବାଦାମବାଡ଼ି ଥାନା ଅନ୍ତର୍ଗତ ଏକ ଅନୁଦାନ ପ୍ରାପ୍ତ କଲେଜର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ପରେ ଭିଡିଓ ଭାଇରାଲ୍ କରିବା ନେଇ ଅଭିଯୋଗ ହୋଇଥିଲା । ନାବାଳିକା ଛାତ୍ରୀଙ୍କୁ ଏକ ସାଇବର କାଫେ ସମେତ ବିଭିନ୍ନ ସ୍ଥାନକୁ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଆଉ ମାମଲାର ତଦନ୍ତ କରି ପୋଲିସ ପ୍ରଥମେ ୬ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଛାତ୍ରୀ ପଢୁଥିବା କଲେଜର ଚାରି ଛାତ୍ର ଏବଂ ଦୁଇ ଜଣ ଅଣଛାତ୍ର ରହିଛନ୍ତି। ସେମାନଙ୍କ ବିରୋଧରେ ପୋକ୍ସୋ ଏବଂ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ କରାଯାଇଛି ।