କଟକରେ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
କଟକ: ପୂଜା ଓ ଭସାଣି ଉତ୍ସବ ପାଇଁ ପୂଜା କମିଟିମାନେ ପ୍ରସ୍ତୁତ ହେଉଥିବାବେଳେ, କଟକର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ୪୨ ମୌଜାଠାରେ ଥିବା ଯଶୋଦା ଗାର୍ଡେନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ଭୁବନେଶ୍ବର କମିଶନରେଟ୍ ପୋଲିସର କମିଶନରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଥାନା ଅଧିକାରୀ, ମେୟର, ପୂର୍ବତନ ବିଧାୟକ ଓ ପୂର୍ବାଞ୍ଚଳ ପୂଜା କମିଟି ଅଧୀନରେ ଥିବା ସମସ୍ତ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।କଟକ ସହରର ମୁଖ୍ୟ ପର୍ବ ଦୁର୍ଗାପୂଜାକୁ କିଭଳି ସୁରୁଖୁରୁରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ପୂଜା ସମୟରେ ଜବରଦସ୍ତ ଚାନ୍ଦା ଆଦାୟ ନକରିବା ଓ ଡିଜେ ନବଜାଇବା ପାଇଁ ଗୁରୁତ୍ବ ଦିଆଯାଇଥିଲା। ଏହି ଅବସରରେ ପୋଲିସ ପକ୍ଷରୁ ନିଶା ମୁକ୍ତ ଭଷାଣୀ ଓ ଡିଜେ ମୁକ୍ତ ରୋଷଣୀ ପାଇଁ ଏକ କ୍ୟାସେଟ୍ ଉନ୍ମୋଚନ କରାଯାଇଥିଲା । ଚଳିତ ବର୍ଷ ଡିଜେ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । କେବଳ ଛଅଟି ବକ୍ସକୁ ଏକା ଥରକେ ଅନୁମତି ଦିଆଯିବ ଓ ଯଦି କେହି ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି ତେବେ ତାଙ୍କ ବିରୋଧଦ୍ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।
କଟକ: ପୂଜା ଓ ଭସାଣି ଉତ୍ସବ ପାଇଁ ପୂଜା କମିଟିମାନେ ପ୍ରସ୍ତୁତ ହେଉଥିବାବେଳେ, କଟକର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ୪୨ ମୌଜାଠାରେ ଥିବା ଯଶୋଦା ଗାର୍ଡେନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ଭୁବନେଶ୍ବର କମିଶନରେଟ୍ ପୋଲିସର କମିଶନରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଥାନା ଅଧିକାରୀ, ମେୟର, ପୂର୍ବତନ ବିଧାୟକ ଓ ପୂର୍ବାଞ୍ଚଳ ପୂଜା କମିଟି ଅଧୀନରେ ଥିବା ସମସ୍ତ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।
କଟକ ସହରର ମୁଖ୍ୟ ପର୍ବ ଦୁର୍ଗାପୂଜାକୁ କିଭଳି ସୁରୁଖୁରୁରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ପୂଜା ସମୟରେ ଜବରଦସ୍ତ ଚାନ୍ଦା ଆଦାୟ ନକରିବା ଓ ଡିଜେ ନବଜାଇବା ପାଇଁ ଗୁରୁତ୍ବ ଦିଆଯାଇଥିଲା। ଏହି ଅବସରରେ ପୋଲିସ ପକ୍ଷରୁ ନିଶା ମୁକ୍ତ ଭଷାଣୀ ଓ ଡିଜେ ମୁକ୍ତ ରୋଷଣୀ ପାଇଁ ଏକ କ୍ୟାସେଟ୍ ଉନ୍ମୋଚନ କରାଯାଇଥିଲା । ଚଳିତ ବର୍ଷ ଡିଜେ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । କେବଳ ଛଅଟି ବକ୍ସକୁ ଏକା ଥରକେ ଅନୁମତି ଦିଆଯିବ ଓ ଯଦି କେହି ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି ତେବେ ତାଙ୍କ ବିରୋଧଦ୍ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।