କଟକରେ ବିଜେଡିକୁ ଡବଲ୍‌ ଝଟ୍‌କା: ହାତରୁ ଗଲା ୨ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ,୨୧ା୬ (କାର୍ତ୍ତିକ ସାହୁ)- କଟକ ମହାନଗର ନିଗମ (ସିଏମ୍‌ସି)ର ୮ଟି ଷ୍ଟାଣ୍ଡିଂ କମିଟି ମଧ୍ୟରୁ ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ବିଜେଡି ହାତରୁ ଏଥର ଖସିଯାଇଛି। ୬ଟି କମିଟିରେ ପୂର୍ବ ଅଧ୍ୟକ୍ଷମାନେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ସିଏମ୍‌ସିର ବିଜୁ ଭବନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ଅଧ୍ୟକ୍ଷ ନିର୍ବାଚନ ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ଚଳିତ ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ସିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନର […] The post କଟକରେ ବିଜେଡିକୁ ଡବଲ୍‌ ଝଟ୍‌କା: ହାତରୁ ଗଲା ୨ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ appeared first on Dharitri Odia News.

କଟକରେ ବିଜେଡିକୁ ଡବଲ୍‌ ଝଟ୍‌କା: ହାତରୁ ଗଲା ୨ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ,୨୧ା୬ (କାର୍ତ୍ତିକ ସାହୁ)- କଟକ ମହାନଗର ନିଗମ (ସିଏମ୍‌ସି)ର ୮ଟି ଷ୍ଟାଣ୍ଡିଂ କମିଟି ମଧ୍ୟରୁ ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ବିଜେଡି ହାତରୁ ଏଥର ଖସିଯାଇଛି। ୬ଟି କମିଟିରେ ପୂର୍ବ ଅଧ୍ୟକ୍ଷମାନେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ସିଏମ୍‌ସିର ବିଜୁ ଭବନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ଅଧ୍ୟକ୍ଷ ନିର୍ବାଚନ ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ଚଳିତ ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ସିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ନିଶ୍ଚିତ ଭାବେ ଆଗାମୀ ଦିନରେ ବିଜେଡିକୁ ଅଡ଼ୁଆରେ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ସିଏମ୍‌ସି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ନିର୍ବାଚନ ଓ ମନୋନୟନ ଆଧାରରେ ନୂଆ ଅଧ୍ୟକ୍ଷମାନଙ୍କୁ ବାଛିଥିଲେ। ୮ଟି ଷ୍ଟାଣ୍ଡିଂ କମିଟିରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଏହି ସଦସ୍ୟମାନେ ସେମାନଙ୍କ କମିଟି ଅଧ୍ୟକ୍ଷ ବାଛିଥିଲେ। ଯାହାକି ଦୁଇଟି କମିଟିର ଅଧ୍ୟକ୍ଷ ବଦଳିଥିବାବେଳେ ୬ଟିରେ ଅଧ୍ୟକ୍ଷ ଅପରିବର୍ତ୍ତିତ ଅଛନ୍ତି। ଯୋଜନା ଓ ଉନ୍ନୟନ କମିଟି ଅଧ୍ୟକ୍ଷ ଭାବେ ୩ ନଂ. ୱାର୍ଡ ସ୍ବାଧୀନ କର୍ପୋରେଟର ପ୍ରଦୀପ କୁମାର ରାଉତ ଓ ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ଅଧ୍ୟକ୍ଷ ଭାବେ ୫୧ ନଂ. ୱାର୍ଡର ଭାଜପା କର୍ପୋରେଟର ରାକେଶ ସ୍ବାଇଁ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷ ରାଉତ ୨୦୨୨ରେ ସ୍ବାଧୀନ କର୍ପୋରେଟର ଭାବେ ବିଜୟୀ ହେବା ପରେ ବିଜେଡିରେ ମିଶିଥିଲେ।

ଅପରପକ୍ଷରେ ଯୋଜନା ଓ ଉନ୍ନୟନ କମିଟି ଅଧ୍ୟକ୍ଷ ନିର୍ବାଚନରେ ପୂର୍ବ ଅଧ୍ୟକ୍ଷ ୨୧ ନଂ. ୱାର୍ଡର ବିଜେଡି କର୍ପୋରେଟର ଅଶୋକ ଶର୍ମାଙ୍କ ସପକ୍ଷରେ ଜଣେ ଭୋଟ ଦେଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ୩ ନଂ. ୱାର୍ଡ କର୍ପୋରେଟର ରାଉତ ନିଜକୁ ମିଶାଇ ୫ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ସେହିପରି ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ଅଧ୍ୟକ୍ଷ ଥିବା ପୂର୍ଣ୍ଣିମା ସ୍ବାଇଁଙ୍କ ସପକ୍ଷରେ ୩ ଜଣ ସଦସ୍ୟ ଥିବାବେଳେ ୫୧ ନଂ. ୱାର୍ଡ କର୍ପୋରେଟର ରାକେଶ ସ୍ବାଇଁଙ୍କ ସପକ୍ଷରେ ୪ ଜଣ ସଦସ୍ୟ ଭୋଟ ଦେଇଥିଲେ। ବିଜେଡି କର୍ପୋରେଟରମାନେ ପୂର୍ଣ୍ଣିମାଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ମାତ୍ର ଉଭୟେ ୩ଟି ଲେଖାଏ ଭୋଟ ପାଇଥିବାବେଳେ ଶେଷ ପର୍ଯ୍ୟାୟରେ ଜଣେ ସଦସ୍ୟଙ୍କ ଭୋଟ ରାକେଶଙ୍କୁ ବିଜୟୀ କରାଇଥିଲା।

The post କଟକରେ ବିଜେଡିକୁ ଡବଲ୍‌ ଝଟ୍‌କା: ହାତରୁ ଗଲା ୨ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ appeared first on Dharitri Odia News.