କଟକରେ ଶନିବାରଠାରୁ ମିଳିବ ସୁଭଦ୍ରା ଆବେଦନ ଫର୍ମ, ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ହେବ ଉପଲବ୍ଧ

କଟକ: ଜିଲ୍ଲାରେ ଆସନ୍ତାକାଲି ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ମିଳିବ ଫର୍ମ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଫର୍ମ ମାଗଣାରେ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ।ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସବୁ ଅଙ୍ଗନବାଡ଼ କେନ୍ଦ୍ରରେ ଏହି ଫର୍ମ ଦିଆଯିବ। ପରେ ପ୍ରତି ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ମିଳିବ। ଏହା ପରେ ପ୍ରତି ଗାଁରେ କ୍ୟାମ୍ପ କରି ଆବେଦନପତ୍ର ଗୁଡ଼ିକର ଡିଜିଟାଇଜେସନ କରାଯିବ। ଡିଜିଟାଇଜେସନ ବେଳେ ଆବେଦନକାରୀ ନିଜ ଅରିଜିନାଲ ଆଧାର କାର୍ଡ ସହ ଉପସ୍ଥିତ ରହିବା ନିହାତି ଜରୁରୀ। ତେବେ କ୍ୟାମ୍ପରେ ଯେଉଁ ମାନେ ପହଞ୍ଚି ନପାରିଵେ ଆଗକୁ ମଧ୍ୟ ସେମାନେ ଆଗକୁ ମଧ୍ୟ କରିପାରିବେ। କାରଣ ଏହି ପ୍ରକ୍ରିୟା ନିରନ୍ତର ଭାବେ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେବେ ନିଜ ନିଜ ଅଞ୍ଚଳରେ କ୍ୟାମ୍ପ ହେଵ,ସେ ନେଇ ନିକଟସ୍ଥ ଅଙ୍ଗନବାଡ଼ କେନ୍ଦ୍ରରୁ ସୂଚନା ମିଳିବ। ଏହା ସହ ଯେଉଁ ମାନଙ୍କର ଆଧାରରେ କିଛି ସମସ୍ୟା ଥିବ, ସେମାନେ ନିକଟସ୍ଥ ବ୍ଲକରେ ହେବାକୁ ଥିବା ସ୍ଵତନ୍ତ୍ର କ୍ୟାମ୍ପରେ ଠିକ୍ କରିପାରିବେ। ଏବାବଦରେ ସହାୟତା ପାଇଁ ବ୍ଲକ କାର୍ଯ୍ୟାଳୟରେ ଜଣେ ନୋଡାଲ ଅଫିସର ରହିବେ ବୋଲି କହିଛନ୍ତି ଜିଲ୍ଲାପାଳ।

କଟକରେ ଶନିବାରଠାରୁ ମିଳିବ ସୁଭଦ୍ରା ଆବେଦନ ଫର୍ମ, ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ହେବ ଉପଲବ୍ଧ

କଟକ: ଜିଲ୍ଲାରେ ଆସନ୍ତାକାଲି ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ମିଳିବ ଫର୍ମ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଫର୍ମ ମାଗଣାରେ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସବୁ ଅଙ୍ଗନବାଡ଼ କେନ୍ଦ୍ରରେ ଏହି ଫର୍ମ ଦିଆଯିବ। ପରେ ପ୍ରତି ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ମିଳିବ। ଏହା ପରେ ପ୍ରତି ଗାଁରେ କ୍ୟାମ୍ପ କରି ଆବେଦନପତ୍ର ଗୁଡ଼ିକର ଡିଜିଟାଇଜେସନ କରାଯିବ। ଡିଜିଟାଇଜେସନ ବେଳେ ଆବେଦନକାରୀ ନିଜ ଅରିଜିନାଲ ଆଧାର କାର୍ଡ ସହ ଉପସ୍ଥିତ ରହିବା ନିହାତି ଜରୁରୀ। 

ତେବେ କ୍ୟାମ୍ପରେ ଯେଉଁ ମାନେ ପହଞ୍ଚି ନପାରିଵେ ଆଗକୁ ମଧ୍ୟ ସେମାନେ ଆଗକୁ ମଧ୍ୟ କରିପାରିବେ। କାରଣ ଏହି ପ୍ରକ୍ରିୟା ନିରନ୍ତର ଭାବେ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେବେ ନିଜ ନିଜ ଅଞ୍ଚଳରେ କ୍ୟାମ୍ପ ହେଵ,ସେ ନେଇ ନିକଟସ୍ଥ ଅଙ୍ଗନବାଡ଼ କେନ୍ଦ୍ରରୁ ସୂଚନା ମିଳିବ। ଏହା ସହ ଯେଉଁ ମାନଙ୍କର ଆଧାରରେ କିଛି ସମସ୍ୟା ଥିବ, ସେମାନେ ନିକଟସ୍ଥ ବ୍ଲକରେ ହେବାକୁ ଥିବା ସ୍ଵତନ୍ତ୍ର କ୍ୟାମ୍ପରେ ଠିକ୍ କରିପାରିବେ। ଏବାବଦରେ ସହାୟତା ପାଇଁ ବ୍ଲକ କାର୍ଯ୍ୟାଳୟରେ ଜଣେ ନୋଡାଲ ଅଫିସର ରହିବେ ବୋଲି କହିଛନ୍ତି ଜିଲ୍ଲାପାଳ।