କଟ୍ନି ଛଟ୍ନିକୁ ନେଇ ଜାତୀୟ ରାଜପଥ ଅବରୋଧ
କେସିଙ୍ଗା,୪ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଭାଜପା ପକ୍ଷରୁ ଧାନର କଟ୍ନି ଛଟ୍ନି, କପାର ଅଭାବୀ ବିକ୍ରି ,ମଦ ଦୋକାନ ଉଚ୍ଛେଦ,ବିଦ୍ୟୁତ୍ ଦରଦାମ ବୃଦ୍ଧି ଆଦି ସମସ୍ୟାକୁ ନେଇ ସହରର ଆମ୍ବେଦକର ଛକ,ବଲାଙ୍ଗୀର ଛକ ସମେତ ବିଭିନ୍ନ ଛକରେ ଜାତୀୟ ରାଜପଥ ୨୬କୁ ଗୁରୁବାର ଅବରୋଧ କରିଥିଲେ। ସହରର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ଏନଏସି, ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସକାଳୁ ବନ୍ଦ ରହିଛି। କେସିଙ୍ଗା ଭବାନୀପାଟଣା, ବଲାଙ୍ଗୀର, […] The post କଟ୍ନି ଛଟ୍ନିକୁ ନେଇ ଜାତୀୟ ରାଜପଥ ଅବରୋଧ appeared first on Dharitri Odia News.
କେସିଙ୍ଗା,୪ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଭାଜପା ପକ୍ଷରୁ ଧାନର କଟ୍ନି ଛଟ୍ନି, କପାର ଅଭାବୀ ବିକ୍ରି ,ମଦ ଦୋକାନ ଉଚ୍ଛେଦ,ବିଦ୍ୟୁତ୍ ଦରଦାମ ବୃଦ୍ଧି ଆଦି ସମସ୍ୟାକୁ ନେଇ ସହରର ଆମ୍ବେଦକର ଛକ,ବଲାଙ୍ଗୀର ଛକ ସମେତ ବିଭିନ୍ନ ଛକରେ ଜାତୀୟ ରାଜପଥ ୨୬କୁ ଗୁରୁବାର ଅବରୋଧ କରିଥିଲେ। ସହରର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ଏନଏସି, ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସକାଳୁ ବନ୍ଦ ରହିଛି। କେସିଙ୍ଗା ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼ ଆଦି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଥିବାରୁ ଯାନବାହନ ଗମନାଗମନ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିଲା। ଏହି ବନ୍ଦ ପାଳନରେ ଭାଜପାର ପୂର୍ବତନ ଏନ୍ଏସିର ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର, ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ଆଇନଜୀବୀ ସନ୍ତୋଷ କୁମାର ଦାଶ, ମଗନ ସିନ୍ଧୁର, ଶିରୋଲ ପଞ୍ଚାୟତର ସମିତିସଭ୍ୟ ପ୍ରଦୀପ ବାଗ,ବଂଶୀପାଣି ସାହା,ବସନ୍ତ କୁମାର ପୁରୋହିତଙ୍କ ସମେତ ଭାଜପାର କର୍ମକର୍ତ୍ତା ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।
The post କଟ୍ନି ଛଟ୍ନିକୁ ନେଇ ଜାତୀୟ ରାଜପଥ ଅବରୋଧ appeared first on Dharitri Odia News.