କଠିନ ପରିଶ୍ରମ ସାମ୍ନାରେ ହାର ମାନିଛି ଅକ୍ଷମତା, ୨୭ ବର୍ଷ ବୟସରେ ଦିବ୍ୟାଙ୍ଗଙ୍କ upsc କ୍ରାକ୍

ନୂଆଦିଲ୍ଲୀ ୧୬।୦୪: ସିଭିଲ ସର୍ଭିସ ପରୀକ୍ଷା କାହା ପାଇଁ ସହଜ ନୁହେଁ। ଏହା ସତ୍ତ୍ଵେ ମଧ୍ୟ ସମସ୍ତେ  IAS ହେବାର ସ୍ୱପ୍ନ ଦେଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ସହିତ ପରିଚିତ କରିବାକୁ ଯାଉଛୁ । ଯିଏ କି କଥା କହିପାରିବ ନାହିଁ କିମ୍ବା ଶୁଣିବ ପାରିବ ନାହିଁ । ପିଲାଦିନରୁ କଥା ହେବା ଏବଂ ଶୁଣିବାରେ ଅସମର୍ଥ ହୋଇଥିଲେ ମଧ୍ୟ ସେ IAS ହେବାର ସ୍ୱପ୍ନ ଦେଖିଥିଲେ । ଏତିକି ହିଁ ନୁହେଁ ୨୭ ବର୍ଷ ବୟସରେ ସ୍ଵପ୍ନ ସାକାର କରିଥିଲେ । ତେବେ ଆସନ୍ତୁ ଜାଣିବା IAS ଡି.ରଣଜିତଙ୍କ ବିଷୟରେ….View this post on InstagramA post shared by Shankar IAS Academy (@shankariasacademy)ତାମିଲନାଡୁର କୋଏମ୍ବାଟୁରରୁ ଆସିଥିବା ଡି ରଣଜିତ୍ ଅଧ୍ୟୟନରେ ସର୍ବଦା ଶୀର୍ଷରେ ରହିଆସିଛନ୍ତି। ତାଙ୍କ ସଫଳତାରେ ରଣଜିତଙ୍କ ମା’ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ରଣଜିତଙ୍କ ମା ତାଙ୍କୁ ପିଲାଦିନରୁ ଲିପ୍‌ ରିଡିଂ ଶିଖାଇଥିଲେ। ଏହି କାରଣରୁ, ରଣଜିତ୍ ଅନ୍ୟମାନେ ଯାହା କହୁଥିଲେ ତାହା ଶୁଣିପାରୁ ନଥିଲେ ସତ କିନ୍ତୁ ସେ ସେମାନଙ୍କ କଥାକୁ ସହଜରେ ବୁଝି ପାରୁଥିଲେ । ରଣଜିତ୍ ଅଧ୍ୟୟନରେ ସର୍ବଦା ଆଗରେ ଥିଲେ ଏବଂ ସେ ଦ୍ୱାଦଶ ଶ୍ରେଣୀରେ ମଧ୍ୟ ପ୍ରଥମ ସ୍ଥାନରେ ରହିଥିଲେ ।Thank you very much for all of your support in my journey. I couldn’t have done with out all of you. It’s just a

କଠିନ ପରିଶ୍ରମ ସାମ୍ନାରେ ହାର ମାନିଛି ଅକ୍ଷମତା, ୨୭ ବର୍ଷ ବୟସରେ ଦିବ୍ୟାଙ୍ଗଙ୍କ upsc କ୍ରାକ୍

ନୂଆଦିଲ୍ଲୀ ୧୬।୦୪: ସିଭିଲ ସର୍ଭିସ ପରୀକ୍ଷା କାହା ପାଇଁ ସହଜ ନୁହେଁ। ଏହା ସତ୍ତ୍ଵେ ମଧ୍ୟ ସମସ୍ତେ  IAS ହେବାର ସ୍ୱପ୍ନ ଦେଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ସହିତ ପରିଚିତ କରିବାକୁ ଯାଉଛୁ । ଯିଏ କି କଥା କହିପାରିବ ନାହିଁ କିମ୍ବା ଶୁଣିବ ପାରିବ ନାହିଁ । ପିଲାଦିନରୁ କଥା ହେବା ଏବଂ ଶୁଣିବାରେ ଅସମର୍ଥ ହୋଇଥିଲେ ମଧ୍ୟ ସେ IAS ହେବାର ସ୍ୱପ୍ନ ଦେଖିଥିଲେ । ଏତିକି ହିଁ ନୁହେଁ ୨୭ ବର୍ଷ ବୟସରେ ସ୍ଵପ୍ନ ସାକାର କରିଥିଲେ । ତେବେ ଆସନ୍ତୁ ଜାଣିବା IAS ଡି.ରଣଜିତଙ୍କ ବିଷୟରେ….



ତାମିଲନାଡୁର କୋଏମ୍ବାଟୁରରୁ ଆସିଥିବା ଡି ରଣଜିତ୍ ଅଧ୍ୟୟନରେ ସର୍ବଦା ଶୀର୍ଷରେ ରହିଆସିଛନ୍ତି। ତାଙ୍କ ସଫଳତାରେ ରଣଜିତଙ୍କ ମା’ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ରଣଜିତଙ୍କ ମା ତାଙ୍କୁ ପିଲାଦିନରୁ ଲିପ୍‌ ରିଡିଂ ଶିଖାଇଥିଲେ। ଏହି କାରଣରୁ, ରଣଜିତ୍ ଅନ୍ୟମାନେ ଯାହା କହୁଥିଲେ ତାହା ଶୁଣିପାରୁ ନଥିଲେ ସତ କିନ୍ତୁ ସେ ସେମାନଙ୍କ କଥାକୁ ସହଜରେ ବୁଝି ପାରୁଥିଲେ । ରଣଜିତ୍ ଅଧ୍ୟୟନରେ ସର୍ବଦା ଆଗରେ ଥିଲେ ଏବଂ ସେ ଦ୍ୱାଦଶ ଶ୍ରେଣୀରେ ମଧ୍ୟ ପ୍ରଥମ ସ୍ଥାନରେ ରହିଥିଲେ ।



ରଣଜିତ୍ ତାମିଲନାଡୁରୁ ସ୍ନାତକ ହାସଲ କରିଥିଲେ। ତଥାପି, B.Tech କରିବା ସତ୍ତ୍ୱେ ସେ କୌଣସି କମ୍ପାନୀରେ ଚାକିରି ପାଇଲେ ନାହିଁ। କହିବା ଏବଂ ଶୁଣିବାରେ ତାଙ୍କର ଅକ୍ଷମତା ହେତୁ ସମସ୍ତେ ତାଙ୍କୁ ଚାକିରି ଦେବାକୁ ମନା କରି ଦେଇଥିଲେ। ତେବେ ରଣଜିତ ହାର ମାନିନଥିଲେ ଏବଂ ସଫଳତା ପାଇବା ପାଇଁ ସେ ଜଣେ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲେ।

 


ଏଥିପାଇଁ ରଣଜିତ୍ UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।  ଅବଶ୍ୟ ଏହି ନିଷ୍ପତ୍ତି ତାଙ୍କ ପାଇଁ ଆଦୌ ସହଜ ନଥିଲା। ରଣଜିତ୍ ହାର ମାନିନଥିଲେ ଏବଂ ଦୃଢ ଭାବରେ ପରିଶ୍ରମ କରିଥିଲେ।  ଶେଷରେ, ୨୦୨୦ ଫଳାଫଳ ଘୋଷଣା ହୋଇଥିଲା । ୭୫୦ ରାଙ୍କ ସହିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ରଣଜିତ ତାମିଲ ସାହିତ୍ୟକୁ ତାଙ୍କର ଇଚ୍ଛାଧୀନ ବିଷୟ ଭାବରେ ବାଛିଥିଲେ ଏବଂ ପ୍ରଥମ ପ୍ରୟାସରେ IAS ହୋଇଥିଲେ । ରଣଜିତଙ୍କୁ କେରଳ କ୍ୟାଡର ମିଳିଛି ଏବଂ ବର୍ତ୍ତମାନ ସେ କେରଳର ପାଲକ୍କଡ ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ନିଯୁକ୍ତ ହୋଇଛନ୍ତି।