କଣ ଚାହୁଁଥିଲେ ସ୍ବପ୍ନା…
ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ ଅଭିନୟ କରିବାର ସୁଯୋଗ ମିଳିଛି। ବିଶେଷଭାବରେ ଏହାର ଲିରିକ୍ସ ଏବଂ କୋରିଓଗ୍ରାଫି ତାଙ୍କୁ ବେଶ୍ ପ୍ରଭାବିତ କରିଛି। ତା’ସହ ଗୀତଟିକୁ ଭଲଭାବେ ନିଭେଇବା ପାଇଁ ସେ ପିକ୍ଚରାଇଜେଶନ ସମୟରେ ଚେଷ୍ଟା କରିଛନ୍ତି। ଏହି ମ୍ୟୁଜିକ ଭିଡିଓର ଟାଇଟଲ ରହିଛି ‘ତୋ ଶାଢ଼ି ପିନ୍ଧା ରୂପକୁ ଦେଖି’। ଏସ.ଆର.ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ଏହାକୁ […] The post କଣ ଚାହୁଁଥିଲେ ସ୍ବପ୍ନା… appeared first on Dharitri Odia News.
ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ ଅଭିନୟ କରିବାର ସୁଯୋଗ ମିଳିଛି। ବିଶେଷଭାବରେ ଏହାର ଲିରିକ୍ସ ଏବଂ କୋରିଓଗ୍ରାଫି ତାଙ୍କୁ ବେଶ୍ ପ୍ରଭାବିତ କରିଛି। ତା’ସହ ଗୀତଟିକୁ ଭଲଭାବେ ନିଭେଇବା ପାଇଁ ସେ ପିକ୍ଚରାଇଜେଶନ ସମୟରେ ଚେଷ୍ଟା କରିଛନ୍ତି। ଏହି ମ୍ୟୁଜିକ ଭିଡିଓର ଟାଇଟଲ ରହିଛି ‘ତୋ ଶାଢ଼ି ପିନ୍ଧା ରୂପକୁ ଦେଖି’। ଏସ.ଆର.ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ଏହାକୁ ପ୍ରସ୍ତୁତ କରାଯାଇଛି। ରାଜେଶ ମହାନ୍ତି ଏହାର ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ଆଲବମ୍ ଜଗତର ସଫଳ ନିର୍ଦ୍ଦେଶକ ଯୋଡି ଟୁନା-ଚନ୍ଦନ। ପ୍ରୀତ ପ୍ରିୟଙ୍କର ସ୍ବର ସଂଯୋଜନା କରିଥିବାବେଳେ, କଣ୍ଠଦାନ କରିଛନ୍ତି ଅନ୍ୟତମ ଲୋକପ୍ରିୟ ଗାୟକ କୁଲଦୀପ। ସ୍ବପ୍ନା ଏବଂ ସମ୍ଭବ ମାନସିଂହଙ୍କୁ ନେଇ ଏହାର ଦୃଶ୍ୟାୟନ କରାଯାଇଛି। ଉକ୍ତ ଆଲବମ୍ ବିଷୟରେ ସ୍ବପ୍ନା କହନ୍ତି, ‘ଏବେ ମଧ୍ୟ ମ୍ୟୁଜିକ ଭିଡିଓର ଚାହିଦା ରହିଛି। ବିଶେଷଭାବରେ ଏହି ଗୀତକୁ ଶୁଣିବା ପରେ ମୁଁ ପୂରା ଇମ୍ପ୍ରେଶ ହୋଇଯାଇଥିଲି। ମୋ ମତରେ ଦର୍ଶକମାନଙ୍କ ସହ ଯୋଡି ହୋଇ ରହିବାର ଏହା ଏକ ଅନ୍ୟତମ ମାଧ୍ୟମ। ଏହି ଭିଡିଓଟିକୁ ଦର୍ଶକ ଗ୍ରହଣ କରିବେ ବୋଲି ଆଶା ରଖିଛି।“
The post କଣ ଚାହୁଁଥିଲେ ସ୍ବପ୍ନା… appeared first on Dharitri Odia News.