କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ
ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା’- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ସକାଳେ ପୁଣିଥରେ ମା’- ପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ସରୋଜ ନାଏକ […] The post କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ appeared first on Dharitri Odia News.
ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୋଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା’- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ସକାଳେ ପୁଣିଥରେ ମା’- ପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ସରୋଜ ନାଏକ ନିଜ ମା’ ଲତା ନାଏକ (୭୦)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଏ ଖବର ଗାଁ ଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସରୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ appeared first on Dharitri Odia News.