କ’ଣ ମନୁ ଭାକର ଓ ନୀରଜ ଚୋପ୍ରା ପରସ୍ପରକୁ କରୁଛନ୍ତି ପସନ୍ଦ? ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ
କନକ ବ୍ୟୁରୋ: ସୁଟର ମନୁ ଭାକର ଓ ଜାଭେଲିନ୍ ଖେଳାଳୀ ନୀରଜ ଚୋପ୍ରା ପରସ୍ପର ସହ ହେଉଛନ୍ତି କଥାବାର୍ତ୍ତା। ଦୁହେଁ ଯେଉଁଭଳି ଭାବେ ଚୁପି ଚୁପି କଥା ହେଉଛନ୍ତି ଏବଂ ପରସ୍ପରକୁ ଚାହିଁ ହସୁଛନ୍ତି, ଏହା ଗୋଟିଏ କଥାକୁ ଇଂଗିତ ଦେଉଛି। ଲାଗୁଛି ଯେମିତି ଦୁହିଁଙ୍କ ଭିତରେ ଏକ ମଧୁର ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କେବଳ ଏହି ଭିଡିଓ ନୁହେଁ, ନୀରଜ ଚୋପ୍ରା ଓ ମନୁ ଭାକରଙ୍କ ମାଆଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ବି […] The post କ’ଣ ମନୁ ଭାକର ଓ ନୀରଜ ଚୋପ୍ରା ପରସ୍ପରକୁ କରୁଛନ୍ତି ପସନ୍ଦ? ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ first appeared on Kanak News.

କନକ ବ୍ୟୁରୋ: ସୁଟର ମନୁ ଭାକର ଓ ଜାଭେଲିନ୍ ଖେଳାଳୀ ନୀରଜ ଚୋପ୍ରା ପରସ୍ପର ସହ ହେଉଛନ୍ତି କଥାବାର୍ତ୍ତା। ଦୁହେଁ ଯେଉଁଭଳି ଭାବେ ଚୁପି ଚୁପି କଥା ହେଉଛନ୍ତି ଏବଂ ପରସ୍ପରକୁ ଚାହିଁ ହସୁଛନ୍ତି, ଏହା ଗୋଟିଏ କଥାକୁ ଇଂଗିତ ଦେଉଛି। ଲାଗୁଛି ଯେମିତି ଦୁହିଁଙ୍କ ଭିତରେ ଏକ ମଧୁର ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କେବଳ ଏହି ଭିଡିଓ ନୁହେଁ, ନୀରଜ ଚୋପ୍ରା ଓ ମନୁ ଭାକରଙ୍କ ମାଆଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ବି ସାମ୍ନାକୁ ଆସିଛି। ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରା ବ୍ରୋଞ୍ଜ ପଦକ ବିଜେତା ମନୁ ଭାକରଙ୍କ ମା’ଙ୍କ ଭିତରେ ହୃଦୟସ୍ପର୍ଶୀ କଥାବାର୍ତ୍ତାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମନୁ ଭାକରଙ୍କ ମା’, ନୀରଜ ଚୋପ୍ରାଙ୍କୁ ଆଶୀର୍ବାଦ କରୁଛନ୍ତି। ତାଙ୍କ ମୁଣ୍ଡରେ ହାତ ରଖି କଣ କହୁଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି।
ଅଲମ୍ପିଆନ ନୀରଜ ଚୋପ୍ରା ଓ ମନୁ ଭାକରଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି କେହି ୟୁଜର୍ସ ଦୁହିଁଙ୍କ ମଧ୍ୟରେ କ୍ରସ୍ ଥିବା କହୁଥିବାବେଳେ, ଆଉ କେହି ୟୁଜର୍ସ ଶାହରୁଖ ଖାନଙ୍କ ଫିଲ୍ମ ପରଦେଶର ଦୋ ଦିଲ ମିଲ ରହେ ହୈଁ ଗୀତ ସହ ସାମଞ୍ଜସ୍ୟ ଥିବା କହୁଛନ୍ତି। ସେପଟେ ମୁଙ୍କ ମାଆ ସୁମେଧା ଭାକର ନିଜ ଜ୍ବାଇଁଙ୍କୁ ଆଶୀର୍ବାଦ ଦେଉଥିବା କଥା କହିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।
ସେପେଟ କେହି କେହି ସୋସିଆଲ ମିଡିଆ ବ୍ୟବହାରକାରୀ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ମନୁ ଭାକର ଓ ନୀରଜ ଚୋପ୍ରାଙ୍କୁ ନେଇ ଆଜି ସାରା ଦେଶ ଗର୍ବ ଅନୁଭବ କରୁଛି। ଦେଶପାଇଁ ପଦକ ଜିତି ସୁନାମ ଅର୍ଜନ କରିଛନ୍ତି ଏହି ଦୁଇ ଖେଳାଳୀ। ମାତ୍ର ଏମାନଙ୍କ ଭାଇରାଲ ଭିଡିଓକୁ ନେଇ ଯେଉଁଭଳି କମେଣ୍ଟ କରାଯାଉଛି, ତାହା ଅନୁଚିତ ବୋଲି କିଛି ୟୁଜର୍ସ ଉଲ୍ଲେଖ କରିଛନ୍ତି। ସେମାନଙ୍କୁ ବୃଥା ବଦନାମ କରାଯାଉଥିବା ଅଭିଯୋଗ ହୋଇଛି। ପ୍ୟାରିସ ଅଲିମ୍ପିକ୍ସରେ ଦୁହିଁଙ୍କ ସାକ୍ଷାତ ଏକ ସାଧାରଣ ଘଟଣା। ଏଭଳି ଏକ ଭିଡିଓକୁ ନେଇ ଖେଳାଳୀଙ୍କୁ ବଦନାମ କରାବା କଥା ନୁହେଁ ବୋଲି କୁହାଯାଉଛି। ମନୁ ଭାକର ଓ ନୀରଜ ଚୋପ୍ରା ଉଭୟ ଖେଳାଳୀ ହରିୟାଣାର। ଦୁହେଁ ନିଜ ନିଜ ଖେଳରେ ଉତ୍ତମ ପ୍ରଦର୍ଶନ କରି ଭାରତ ପାଇଁ ପଦକ ହାସଲ କରିଛନ୍ତି।
ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଗତ ୧୭ ଦିନ ଧରି ଚାଲିଥିବା ବିଶ୍ବର ଏହି ସବୁଠୁ ବଡ଼ କ୍ରୀଡା ଉତ୍ସବ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା। ଏଥିରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେପଟେ ୪୦ ସ୍ବର୍ଣ୍ଣ ସହ ମୋଟ ୧୨୬ ପଦକ ସହ ଆମେରିକା ତାଲିକା ଶୀର୍ଷରେ ରହିଛି । ପରବର୍ତ୍ତୀ ଅଲିମ୍ପିକ୍ସ ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲସରେ ହେବ। ସେପଟେ ଭିନେଶ ଫୋଗଟଙ୍କ ଯୁଗ୍ମ ରୌପ୍ୟ ଆବେଦନ ଉପରେ ଆସନ୍ତାକାଲି ରାୟ ଦେବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ । ସେପଟେ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କଣ୍ଟିନଜେଣ୍ଟର ପ୍ରୟାସ ଓ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆଗାମୀ ଅଭିଯାନ ପାଇଁ ଏହି କ୍ରୀଡ଼ା-ହିରୋମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୋଦି ।
The post କ’ଣ ମନୁ ଭାକର ଓ ନୀରଜ ଚୋପ୍ରା ପରସ୍ପରକୁ କରୁଛନ୍ତି ପସନ୍ଦ? ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ first appeared on Kanak News.