କ'ଣ ରୋହିତ ଶର୍ମା ପୁଣି ଥରେ ହେବେ ମୁମ୍ବାଇର ଅଧିନାୟକ ? ପାଣ୍ଡ୍ୟାଙ୍କୁ ନେଇ ଟମ୍ ମୁଡିଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଥରେ ଅଧିନାୟକ ହେବା ନେଇ ବଡ଼ ବୟାନ ଦେଇଛନ୍ତି। ରୋହିତ ଏମଆଇର ପୁଣି ଥରେ ଅଧିନାୟକ ହେବା ସମ୍ଭାବନାକୁ ଖାରଜ କରିଛନ୍ତି। ମୁଡିଙ୍କ ମତରେ ଏମଆଇ ଫ୍ରାଞ୍ଚାଇଜ ବହୁତ ବୁଝି ବିଚାରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛି। ଆଇପିଏଲ ୨୦୨୪ ପୂର୍ବରୁ ଏମଆଇ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ଵରେ ଏମଆଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିବା ବେଳେ ହାର୍ଦ୍ଦିକଙ୍କ ଦୁଇ ସିଜିନର ନେତୃତ୍ଵରେ ଗୁଜରାଟ ଟାଇଟନ୍ସ ଥରେ ଟ୍ରଫି ଜିତିଥିବା ବେଳେ ଥରେ ଉପ ବିଜେତା ରହିଛି। କିନ୍ତୁ ଗୁଜରାଟ୍ ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଥିଲେ।Also read: ରୋହିତ୍ଙ୍କ ପତ୍ନୀଙ୍କ ସହ ହୋଲି ଖେଳିଲେ ହାର୍ଦ୍ଦିକ, ଆଲିଙ୍ଗନ କରି ଲଗାଇଲେ ରଙ୍ଗହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି। ମୁଡି ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ଯଦି ଏବେ ରୋହିତଙ୍କୁ ଅଧିନାୟକ କରାଯାଏ ତେବେ ଏହି ନିଷ୍ପତ୍ତି ବହୁତ ଚକିତକର ହେବ। ଏହି ନିଷ୍ପତ୍ତି ବହୁତ ଅଦୂରଦର୍ଶୀ ହେବ। କାରଣ ମୁମ୍ବାଇ ଫ୍ରାଞ୍ଚାଇଜ ଦୀର୍ଘ ମିଆଦି ଯୋଜନାରେ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିଛି। କିନ୍ତୁ ଏମଆଇର ଏହି ନିଷ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଥରେ ଅଧିନାୟକ ହେବା ନେଇ ବଡ଼ ବୟାନ ଦେଇଛନ୍ତି। ରୋହିତ ଏମଆଇର ପୁଣି ଥରେ ଅଧିନାୟକ ହେବା ସମ୍ଭାବନାକୁ ଖାରଜ କରିଛନ୍ତି। ମୁଡିଙ୍କ ମତରେ ଏମଆଇ ଫ୍ରାଞ୍ଚାଇଜ ବହୁତ ବୁଝି ବିଚାରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛି। ଆଇପିଏଲ ୨୦୨୪ ପୂର୍ବରୁ ଏମଆଇ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ଵରେ ଏମଆଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିବା ବେଳେ ହାର୍ଦ୍ଦିକଙ୍କ ଦୁଇ ସିଜିନର ନେତୃତ୍ଵରେ ଗୁଜରାଟ ଟାଇଟନ୍ସ ଥରେ ଟ୍ରଫି ଜିତିଥିବା ବେଳେ ଥରେ ଉପ ବିଜେତା ରହିଛି। କିନ୍ତୁ ଗୁଜରାଟ୍ ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଥିଲେ।
Also read: ରୋହିତ୍ଙ୍କ ପତ୍ନୀଙ୍କ ସହ ହୋଲି ଖେଳିଲେ ହାର୍ଦ୍ଦିକ, ଆଲିଙ୍ଗନ କରି ଲଗାଇଲେ ରଙ୍ଗ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି। ମୁଡି ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ଯଦି ଏବେ ରୋହିତଙ୍କୁ ଅଧିନାୟକ କରାଯାଏ ତେବେ ଏହି ନିଷ୍ପତ୍ତି ବହୁତ ଚକିତକର ହେବ। ଏହି ନିଷ୍ପତ୍ତି ବହୁତ ଅଦୂରଦର୍ଶୀ ହେବ। କାରଣ ମୁମ୍ବାଇ ଫ୍ରାଞ୍ଚାଇଜ ଦୀର୍ଘ ମିଆଦି ଯୋଜନାରେ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିଛି। କିନ୍ତୁ ଏମଆଇର ଏହି ନିଷ୍ପତ୍ତି ମୁମ୍ବାଇ ପ୍ରଶଂସକଙ୍କ ପାଇଁ ବହୁତ ବଡ଼ ଝଟକା ରହିଛି। ମୁଡିଙ୍କ ମତରେ ହାର୍ଦ୍ଦିକ ଅଧିନାୟକ ଭାବେ ମୁମ୍ବାଇର ପ୍ରଥମ ମ୍ୟାଚ୍ରେ ଚିନ୍ତିତ ଜଣା ପଡ଼ୁଥିଲେ। ସେ କହିଛନ୍ତି, ହାର୍ଦ୍ଦିକଙ୍କୁ ମୁମ୍ବାଇର ମୁଖ୍ୟ କୋଚ୍ ମାର୍କ ବାଉଚରଙ୍କ ସହିତ ଆଶିଷ ନେହେରାଙ୍କ ପରି ତାଳମେଳ ବସାଇବାରେ ସମୟ ଲାଗିବ।
ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମୁଡି କହିଛନ୍ତି, ହାର୍ଦ୍ଦିକ ପ୍ରଥମ ମ୍ୟାଚ୍ରେ ଚିନ୍ତିତ ଜଣା ପଡୁଥିଲେ। କାରଣ ଗୁଜରାଟର ନେତୃତ୍ଵ ନେବା ସମୟରେ ପାଣ୍ଡ୍ୟା ବହୁତ ଶାନ୍ତ ଜଣା ପଡୁଥିଲେ। କିନ୍ତୁ ମୁମ୍ବାଇ କ୍ଷେତ୍ରରେ ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି। କୋଚ୍ ମାର୍କ ବାଉଚରଙ୍କ ଉତ୍ତମ ସମନ୍ଵୟ ରଖିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିଛିଟା ସମୟ ଲାଗିବ ବୋଲି ଟମ୍ ମୁଡି କହିଛନ୍ତି।