କଣ୍ଟେଣ୍ଟ ହବ୍ ଭାବେ ଉଭା ହେଲା ଭାରତ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେଭ ଶିଖର ସମ୍ମିଳନୀ ଆୟୋଜନ କରିବ

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍’ବ୍ରଡକାଷ୍ଟିଂ କ୍ଷେତ୍ରରେ ଉଦୀୟମାନ ଧାରା ଏବଂ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ଏକ ଅର୍ଦ୍ଧଦିବସୀୟ ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ ଯାହା ଟ୍ରାଇ ତରଫରୁ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି-୨୦୨୪)ରେ ଆୟୋଜନ ହୋଇଥିଲା ଏବଂ ଏଥିରେ ଟ୍ରାଇ ଅଧ୍ୟକ୍ଷ ଅନୀଲ କୁମାର ଲାହୋତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ; ଏବଂ ଟ୍ରାଇର ସଚିବ ଅତୁଲ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତି […]

କଣ୍ଟେଣ୍ଟ ହବ୍ ଭାବେ ଉଭା ହେଲା ଭାରତ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେଭ ଶିଖର ସମ୍ମିଳନୀ ଆୟୋଜନ କରିବ

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍’ବ୍ରଡକାଷ୍ଟିଂ କ୍ଷେତ୍ରରେ ଉଦୀୟମାନ ଧାରା ଏବଂ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ଏକ ଅର୍ଦ୍ଧଦିବସୀୟ ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ ଯାହା ଟ୍ରାଇ ତରଫରୁ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି-୨୦୨୪)ରେ ଆୟୋଜନ ହୋଇଥିଲା ଏବଂ ଏଥିରେ ଟ୍ରାଇ ଅଧ୍ୟକ୍ଷ ଅନୀଲ କୁମାର ଲାହୋତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ; ଏବଂ ଟ୍ରାଇର ସଚିବ ଅତୁଲ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତି ଥିଲେ । ଏହି ଶିଳ୍ପରେ ସାମ୍ପ୍ରତିକ ବୈଷୟିକ ଉନ୍ନତି ଏବଂ ଏହାର ବଢୁଥିବା ପ୍ରଭାବ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

 

 

ପ୍ରଯୁକ୍ତି ବିଦ୍ୟା ଭାରତର ପ୍ରସାରଣ କ୍ଷେତ୍ରକୁ ପରିବର୍ତ୍ତନ କରୁଛି

ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ତାଙ୍କ ଉଦଘାଟନୀ ଭାଷଣରେ ଭାରତର ପ୍ରସାରଣ କ୍ଷେତ୍ରରେ ବୈଷୟିକ ଉନ୍ନତିର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ଅନ୍ତର୍ଭୁକ୍ତକୁ ସୁନିଶ୍ଚିତ କରିବା ପାଇଁ ଦୁର୍ବଳ ଲୋକମାନଙ୍କ ପାଇଁ ପ୍ରସାରଣ ସେବାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ଆମେ ଏକ ବିଷୟବସ୍ତୁ-ପରିଚାଳିତ ଅର୍ଥନୀତିରେ ରହୁଛୁ, ଏବଂ ଭାରତ ଏକ କଣ୍ଟେଣ୍ଟ ହବ୍‍ ଭାବରେ ଉଭା ହେଉଛି । ସୋସିଆଲ ମିଡିଆର ଉନ୍ନତି ସହିତ, ପ୍ରସାରଣ ଏହାର ଦିଗକୁ ବିସ୍ତାର କରିଛି ଏବଂ କଣ୍ଟେଣ୍ଟ ନିର୍ମାତାମାନଙ୍କୁ ଉପକୃତ କରିବା ପାଇଁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୫-୯ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ୱେଭ୍‍ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀରେ କଣ୍ଟେଣ୍ଟ ନିର୍ମାତାମାନେ୨୭ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ, ଯାହା ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ ଏବଂ ଶେଷରେ ନିଯୁକ୍ତି ସୃଷ୍ଟି କରିବ ।

ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ) କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେବା ସହ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଜରିଆରେ ଭାରତରେ କଣ୍ଟେଣ୍ଟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

 

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ନିକଟରେ ୨୩୪ଟି ନୂଆ ସହରରେ ଏଫଏମ ରେଡିଓ ଚ୍ୟାନେଲ ନିଲାମ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ଯାହାର ଉଦ୍ଦେଶ୍ୟ ସ୍ଥାନୀୟ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାଂସ୍କୃତିକ ପ୍ରସାରରେ ପ୍ରସାରଣ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରିବା ଏବଂ ସମସ୍ତଙ୍କ ପାଇଁ ଉଚ୍ଚମାନର ଗଣମାଧ୍ୟମ ବିଷୟବସ୍ତୁ ଉପଲବ୍ଧ କରାଇବା ସହିତ ବୈଷୟିକ ଉନ୍ନତିର ଉପଯୋଗ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ଏହି ପଦକ୍ଷେପ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଲକ୍ଷ୍ୟ ସହ ସମନ୍ୱିତ ।

 

ଡିଜିଟାଲ ରେଡିଓ, ଡି୨ଏମ୍ ବ୍ରଡକାଷ୍ଟିଂ ଏବଂ ୫ଜି ସମ୍ଭାବନା

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି)ର ସଚିବ ଶ୍ରୀ ସଞ୍ଜୟ ଜାଜୁ ତାଙ୍କ ସ୍ୱତନ୍ତ୍ର ଅଭିଭାଷଣରେ ପ୍ରସାରଣ କ୍ଷେତ୍ରକୁ ସକ୍ଷମ କରିବା ପାଇଁ ଅଭିବୃଦ୍ଧି ଭିତ୍ତିକ ନୀତି ଏବଂ ପଦକ୍ଷେପ ଗୁଡ଼ିକୁ ଆକାର ଦେବାରେ ମନ୍ତ୍ରଣାଳୟର ଭୂମିକା ଉପରେ ଆଲୋକପାତ କରିଥିଲେ । ଏକ ସୁଲଭ ଗଣ ଯୋଗାଯୋଗ ଉପକରଣ ଭାବରେ ଡିଜିଟାଲ ରେଡିଓର ସମ୍ଭାବନାଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯାହା ସ୍ପେକ୍ଟ୍ରମ ବ୍ୟବହାରକୁ ସହଜ କରେ ଏବଂ ଉତ୍ତମ ଶବ୍ଦ ଗୁଣବତ୍ତା ପ୍ରଦାନ କରେ । ଡାଇରେକ୍ଟ-ଟୁ-ମୋବାଇଲ୍ (ଡି୨ଏମ୍) ପ୍ରସାରଣର ଉପକାରିତା ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ, ଯାହା ସିଧାସଳଖ ମୋବାଇଲ୍ ଫୋନରେ ବିଷୟବସ୍ତୁ ବିତରଣକୁ ସକ୍ଷମ କରିଥାଏ। ଆଇଆଇଟି କାନପୁର ଏବଂ ସାଙ୍ଖୟା ଲ୍ୟାବ୍ସ ସହଯୋଗରେ ଜନସେବା ପ୍ରସାରଣକାରୀ ପ୍ରସାର ଭାରତୀ ଉଭୟ ଉଚ୍ଚ କ୍ଷମତାପନ୍ନ ଏବଂ କମ୍‍ କ୍ଷମତାପନ୍ନ ଟ୍ରାନ୍ସମିଟର ବ୍ୟବହାର କରି ଡି୨ଏମ୍ ପରୀକ୍ଷଣ କରୁଛି ବୋଲି ସେ ଆଲୋକପାତ କରିଥିଲେ।

 

ବିଶେଷ କରି ଅଗମେଣ୍ଟେଡ୍ ରିଆଲିଟି ଏବଂ ଭର୍ଚୁଆଲ୍ ରିଆଲିଟି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସେ ୫ଜିର ପରିବର୍ତ୍ତନଶୀଳ ସମ୍ଭାବନା ବିଷୟରେ ମଧ୍ୟ କହିଥିଲେ, ଯାହା ଅତ୍ୟନ୍ତ ଆକର୍ଷଣୀୟ ପ୍ରସାରଣ ଅନୁଭୂତି ପ୍ରଦାନ କରିପାରିବ । ଏହା ବ୍ୟତୀତ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର) କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଶା କରାଯାଉଛି, ଯାହା ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ ଏବଂ ବିଷୟବସ୍ତୁ ବ୍ୟବହାରର ଅଭିଜ୍ଞତାକୁ ବଢ଼ାଇବାର ସମ୍ଭାବନା ରଖିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ନିୟାମକ ଢାଞ୍ଚାକୁ ସଶକ୍ତ କରୁଛି

ଟ୍ରାଇର ସଚିବ ଅତୁଲ କୁମାର ଚୌଧୁରୀ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ନିୟାମକ ଢାଞ୍ଚାରେ ଆବଶ୍ୟକ ହେଉଥିବା ପରିବର୍ତ୍ତନଗୁଡ଼ିକୁ ସନ୍ତୁଳିତ କରି ଏହି କ୍ଷେତ୍ରରେ ନୂତନ ଆଲୋଚନା ଏବଂ ବିଚାରବିମର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରାଇର ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଆଜିର ଏହି ଆଲୋଚନାଚକ୍ର।

୨୦୨୬ ସୁଦ୍ଧା ଏମ୍ ଆଣ୍ଡଇ କ୍ଷେତ୍ର ୩.୦୮ ଲକ୍ଷ କୋଟି ଛୁଇଁବ

ଟ୍ରାଇର ଅଧ୍ୟକ୍ଷ ଶ୍ରୀ ଅନୀଲ କୁମାର ଲାହୋଟି ତାଙ୍କ ମୁଖ୍ୟ ବକ୍ତବ୍ୟରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ଉଲ୍ଲେଖନୀୟ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ, ଯାହା ନୂତନ ମିଡିଆ ପ୍ଲାଟଫର୍ମର ଦ୍ରୁତ ବିସ୍ତାର ଦ୍ୱାରା ୨୦୨୬ ସୁଦ୍ଧା ୩.୦୮ ଟ୍ରିଲିୟନ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଅଧିକ ଆକର୍ଷଣୀୟ ଏବଂ ଇଣ୍ଟରଆକ୍ଟିଭ୍ ଅନୁଭୂତି ପ୍ରଦାନ କରୁଥିବା ଇମର୍ସିଭ୍ ଜ୍ଞାନକୌଶଳର ପରିବର୍ତନ ଶକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ଡାଇରେକ୍ଟ-ଟୁ-ମୋବାଇଲ୍ (ଡି୨ଏମ୍) ପ୍ରସାରଣଏକ ବିକଳ୍ପ ବିଷୟବସ୍ତୁ ବିତରଣ ପ୍ରଯୁକ୍ତି ଭାବରେ ଉଭା ହେଉଛି ଯାହା ବିନା ଇଣ୍ଟରନେଟ୍ ରେ ମଧ୍ୟ ଏକକାଳୀନ ପ୍ରସାରଣକୁ ଅନୁମତି ଦେଉଛି ବୋଲି ସେ ଆଲୋକପାତ କରିଥିଲେ। ବିଶେଷକରି ଟେଲିଭିଜନ ସଂଯୋଗ ନଥିବା ଅଞ୍ଚଳରେ ଡିଜିଟାଲ ରେଡିଓର ଲାଭ ଉପରେ ଗୁରୁତ୍ୱାରୋପ କରିବା ସହ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା, ସେବା ପ୍ରଦାନକାରୀଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ଏବଂ ପ୍ରସାରଣ କ୍ଷେତ୍ରର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆଗୁଆ ସୁପାରିଶ ଏବଂ ନିୟମାବଳୀ ପ୍ରଦାନ କରିବାକୁ ଟ୍ରାଇର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଟ୍ରାଇ ନିକଟରେ ଜାତୀୟ ପ୍ରସାରଣ ନୀତି ପ୍ରଣୟନ ପାଇଁ ସୁପାରିସ କରିଛି।

 

ବ୍ରଡକାଷ୍ଟିଂର ଭବିଷ୍ୟତ ଉଦ୍ଭାବନ ଅନୁସନ୍ଧାନ

ଆଜିର ଆଲୋଚନାଚକ୍ରର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରସାରଣ ବ୍ୟବହାର କ୍ଷେତ୍ରରେ ଇମର୍ସିଭ୍ ଜ୍ଞାନକୌଶଳର ବ୍ୟବହାରିକ ପ୍ରୟୋଗ ଏବଂ ପରିବର୍ତନକାରୀ ସମ୍ଭାବନାକୁ ଅନୁସନ୍ଧାନ କରିବା । ଲଗାତାର ତିନୋଟି ଅଧିବେଶନରେ ଏହି ଆଲୋଚନାକୁ ବିଭକ୍ତ କରାଯାଇଛି।

 

ପ୍ରଥମ ଅଧିବେଶନରେ ‘ବ୍ରଡକାଷ୍ଟିଂ ଲ୍ୟାଣ୍ଡସ୍କେପ୍ ରେ ଇମର୍ସିଭ୍ ଜ୍ଞାନକୌଶଳର ବ୍ୟବହାର’ ଶୀର୍ଷକ, ‘ଡି୨ଏମ୍ ଏବଂ ୫ଜି ବ୍ରଡକାଷ୍ଟିଂ: ସୁଯୋଗ ଓ ଆହ୍ବାନ’ ଏବଂ’ଡିଜିଟାଲ୍ ରେଡିଓ ଟେକ୍ନୋଲୋଜି: ଭାରତରେ ଡିପ୍ଲୋଏମେଣ୍ଟ ଷ୍ଟ୍ରାଟେଜି’ ଶୀର୍ଷକ ଶେଷ ଅଧିବେଶନ ଅନୁଷ୍ଠିତ ହେବ।

 

ଏହି ଅଧିବେଶନରେ ଯୋଗାଯୋଗ କ୍ଷେତ୍ର, ଟେଲିଭିଜନ ଏବଂ ରେଡିଓ ପ୍ରସାରଣ ର ଟେକ୍ନୋଲୋଜି ବିଶେଷଜ୍ଞ, ଡିଭାଇସ୍ ଏବଂ ନେଟୱାର୍କ ନିର୍ମାତା, ଟେକ୍ନୋଲୋଜି କମ୍ପାନୀ ଏବଂ ସରକାର ବକ୍ତା ଭାବେ ଯୋଗ ଦେଇଛନ୍ତି । ଏହି ଆଲୋଚନାଚକ୍ରରେ ୧୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

 

ସମ୍ମିଳନୀ ବିଷୟରେ କୌଣସି ସୂଚନା/ସ୍ପଷ୍ଟୀକରଣ ପାଇଁ ଟ୍ରାଇର ଉପଦେଷ୍ଟା (ବିଆଣ୍ଡସିଏସ) ଶ୍ରୀ ଦୀପକ ଶର୍ମାଙ୍କୁ advbcs-2@trai.gov.in ଯୋଗାଯୋଗ କରାଯାଇ ପାରିବ ।