କଣ୍ଟେନର ଶିପର କ୍ରୁ ଟିମର ସମସ୍ତ ୨୨ ସଦସ୍ୟ ଭାରତୀୟ, ଜାହାଜ ଧକ୍କାରେ ଭୁଶୁଡ଼ି ପଡ଼ିଥିଲା ଆମେରିକାର ବ୍ରିଜ୍
ନୂଆଦିଲ୍ଲୀ: ଆମେରିକାରୁ ଜିନିଷ ଧରି ଶ୍ରୀଲଙ୍କା ଯାଉଥିବା କଣ୍ଟେନର ଶିପ ଧକ୍କାରେ ମେରିଲାଣ୍ଡ ରାଜ୍ୟର ବାଲ୍ଟିମୋର ସହରରେ ୩ କିଲୋମିଟର ଲମ୍ୱା ବ୍ରିଜ ଭୁଶୁଡ଼ି ପଡ଼ିଛି । ନ୍ୟୁଜ୍ ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଏହି ଶିପ ସିନର୍ଜୀ ମରୀନ ଗ୍ରୁପ ସହ ଜଡ଼ିତ ଥିଲା । ଏହା ଜାହାଜରେ କ୍ରୁ ଟିମରେ ଥିବା ସମସ୍ତ ୨୨ ସଦସ୍ୟ ଭାରତୀୟ । ଏହାରି ଭିତରେ ପୋଲିସ କହିଛି ଯେ ଜାହାଜଟି ଜାଣିଶୁଣି 'ଫ୍ରାନ୍ସିସ ସ୍କଟ୍ କି ବ୍ରିଜ'କୁ ଟାର୍ଗେଟ୍ କରିଥିବାର କୌଣସି ପ୍ରମାଣ ମିଳିନି ।କଣ୍ଟେନର ଶିପ୍ DALIର ଧକ୍କାରେ ପୂରା 'ଫ୍ରାନ୍ସିସ ସ୍କଟ୍ କି ବ୍ରିଜ' ଏବେ ପାଟାପସ୍କୋ ନଦୀରେ ଲୀନ ହୋଇଛି । ବ୍ରିଜ ଭୁଶୁଡ଼ିବା ଫଳରେ ଅନେକ ଗାଡ଼ି ନଦୀରେ ବୁଡ଼ି ଯାଇଥିଲା । ଲୋକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ କରାଯାଉଛି ।କଣ୍ଟେନର ଶିପର ମାଲିକାନା ହକ୍ ଥିବା କମ୍ପାନି ଏକ ବୟାନରେ କହିଛି, 'ବାଲ୍ଟିମୋରରେ ଯାହା ଘଟିଲା, ସେଥିରେ ଆମେ ଭୟଭୀତ ଅଛୁ । ପ୍ରଭାବିତ ଲୋକଙ୍କ ପ୍ରତି ଆମର ସମବେଦନ ରହିଛି । ଆମେ ସ୍ପଷ୍ଟ କରୁଛୁ ଯେ ଚାର୍ଟର୍ଡ ଶିପ କମ୍ପାନି ସିନର୍ଜୀ ଗ୍ରୁପ ଦ୍ୱାରା ପରିଚାଳିତ ଜାହାଜ DALI Maersk କ୍ଲାଇଣ୍ଟଙ୍କ ମାଲ୍ ନେଇ ଯାଉଥିଲା । ଜାହାଜରେ Maersk ଚାଳକ ଦଳ ଏବଂ କର୍ମୀ ନଥିଲେ ।' ଏହାସହ କମ୍ପାନି କହିଛି ଯେ ଦୁଇ ପାଇଲଟଙ୍କ ସହ ଜାହାଜର ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । କୌଣସି ହତାହତର ଖବର ନାହିଁ । ଏହ
ନୂଆଦିଲ୍ଲୀ: ଆମେରିକାରୁ ଜିନିଷ ଧରି ଶ୍ରୀଲଙ୍କା ଯାଉଥିବା କଣ୍ଟେନର ଶିପ ଧକ୍କାରେ ମେରିଲାଣ୍ଡ ରାଜ୍ୟର ବାଲ୍ଟିମୋର ସହରରେ ୩ କିଲୋମିଟର ଲମ୍ୱା ବ୍ରିଜ ଭୁଶୁଡ଼ି ପଡ଼ିଛି । ନ୍ୟୁଜ୍ ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଏହି ଶିପ ସିନର୍ଜୀ ମରୀନ ଗ୍ରୁପ ସହ ଜଡ଼ିତ ଥିଲା । ଏହା ଜାହାଜରେ କ୍ରୁ ଟିମରେ ଥିବା ସମସ୍ତ ୨୨ ସଦସ୍ୟ ଭାରତୀୟ । ଏହାରି ଭିତରେ ପୋଲିସ କହିଛି ଯେ ଜାହାଜଟି ଜାଣିଶୁଣି 'ଫ୍ରାନ୍ସିସ ସ୍କଟ୍ କି ବ୍ରିଜ'କୁ ଟାର୍ଗେଟ୍ କରିଥିବାର କୌଣସି ପ୍ରମାଣ ମିଳିନି ।
କଣ୍ଟେନର ଶିପ୍ DALIର ଧକ୍କାରେ ପୂରା 'ଫ୍ରାନ୍ସିସ ସ୍କଟ୍ କି ବ୍ରିଜ' ଏବେ ପାଟାପସ୍କୋ ନଦୀରେ ଲୀନ ହୋଇଛି । ବ୍ରିଜ ଭୁଶୁଡ଼ିବା ଫଳରେ ଅନେକ ଗାଡ଼ି ନଦୀରେ ବୁଡ଼ି ଯାଇଥିଲା । ଲୋକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ କରାଯାଉଛି ।
କଣ୍ଟେନର ଶିପର ମାଲିକାନା ହକ୍ ଥିବା କମ୍ପାନି ଏକ ବୟାନରେ କହିଛି, 'ବାଲ୍ଟିମୋରରେ ଯାହା ଘଟିଲା, ସେଥିରେ ଆମେ ଭୟଭୀତ ଅଛୁ । ପ୍ରଭାବିତ ଲୋକଙ୍କ ପ୍ରତି ଆମର ସମବେଦନ ରହିଛି । ଆମେ ସ୍ପଷ୍ଟ କରୁଛୁ ଯେ ଚାର୍ଟର୍ଡ ଶିପ କମ୍ପାନି ସିନର୍ଜୀ ଗ୍ରୁପ ଦ୍ୱାରା ପରିଚାଳିତ ଜାହାଜ DALI Maersk କ୍ଲାଇଣ୍ଟଙ୍କ ମାଲ୍ ନେଇ ଯାଉଥିଲା । ଜାହାଜରେ Maersk ଚାଳକ ଦଳ ଏବଂ କର୍ମୀ ନଥିଲେ ।' ଏହାସହ କମ୍ପାନି କହିଛି ଯେ ଦୁଇ ପାଇଲଟଙ୍କ ସହ ଜାହାଜର ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । କୌଣସି ହତାହତର ଖବର ନାହିଁ । ଏହାସହ କୌଣସି ପ୍ରକାର ପ୍ରଦୂଷଣ ମଧ୍ୟ ନାହିଁ ।
'ଫ୍ରାନ୍ସିସ ସ୍କଟ୍ କି ବ୍ରିଜ' ୧୯୭୭ରେ ଖୋଲା ଯାଇଥିଲା । ଆମେରିକାର ରାଷ୍ଟ୍ରୀୟ ଗୀତ ଲେଖିଥିବା ଫ୍ରାନ୍ସିସ ସ୍କଟଙ୍କ ନାଁରେ ଏହି ବ୍ରିଜର ନାମକରଣ କରାଯାଇଥିଲା । ପାଟାପସ୍କୋ ନଦୀରେ ଏହାକୁ ନିର୍ମାଣ କରାଯାଇଥିଲା ଏବଂ ବାଲ୍ଟିମୋର ପୋର୍ଟ ସହସହ ପୂର୍ବତଟର ନେଭିଗେସନ ସେଣ୍ଟର । ମେରିଲାଣ୍ଡ ଟ୍ରାନ୍ସପୋର୍ଟ ସଚିବ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଅନେକ କର୍ମଚାରୀ ବିଜ୍ର ଉପରେ ଥିଲେ । ମରାମତି ସହ ଜଡ଼ିତ କାମ କରୁଥିଲେ ।