କଥା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଧନୁଯାତ୍ରାକୁ ନିଶ୍ଚୟ…
ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଏହା ଚାଲିବ। ତେବେ ରବିବାର ସୋହେଲା ଇଚ୍ଛାପାଲିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତା ଧନୁଯାତ୍ରା ମହୋତ୍ସବକୁ ନିଶ୍ଚୟ ଆସିବେ ବୋଲି କଥା ଦେଇଛନ୍ତି। ଏହାପୂର୍ବରୁ ସୋହେଲା ବ୍ଲକ ଘେଁସ୍ରେ ଆସନ୍ତା ୩୧ତାରିଖରେ ହେବାକୁ ଥିବା ବୀରତା ଦିବସକୁ ମଧ୍ୟ ସେ ଆସିବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ […] The post କଥା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଧନୁଯାତ୍ରାକୁ ନିଶ୍ଚୟ… appeared first on Dharitri Odia News.
ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଏହା ଚାଲିବ। ତେବେ ରବିବାର ସୋହେଲା ଇଚ୍ଛାପାଲିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତା ଧନୁଯାତ୍ରା ମହୋତ୍ସବକୁ ନିଶ୍ଚୟ ଆସିବେ ବୋଲି କଥା ଦେଇଛନ୍ତି। ଏହାପୂର୍ବରୁ ସୋହେଲା ବ୍ଲକ ଘେଁସ୍ରେ ଆସନ୍ତା ୩୧ତାରିଖରେ ହେବାକୁ ଥିବା ବୀରତା ଦିବସକୁ ମଧ୍ୟ ସେ ଆସିବେ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ କଂସ ବଦଳିଛନ୍ତି। ଏଥର କଂସ ଭାବେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବେ। ସେ ବରଗଡ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ ଅନେକଥର କଂସ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନ ଜିଣି ସାରିଛନ୍ତି। ବରଗଡ଼ ଧନୁଯାତ୍ରା ଦୃଶ୍ୟାଭିନୟରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଫଳରେ ଅନ୍ୟବର୍ଷ ତୁଳନାରେ ଏଥର ତାଙ୍କ କଂସ ଦୃଶ୍ୟାଭିନୟ ଆହୁରି ଉଚ୍ଚକୋଟୀର ହେବ ବୋଲି ଦର୍ଶକ ମନରେ ଆଶା ବାନ୍ଧିଛନ୍ତି। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବରେ ସେ କିଭଳି ଅଭିନୟ କରିବେ, ତାକୁ ଦର୍ଶକ ଚାହିଁ ବସିଛନ୍ତି।
The post କଥା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଧନୁଯାତ୍ରାକୁ ନିଶ୍ଚୟ… appeared first on Dharitri Odia News.