କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ

ପିପିଲି:କେନ୍ଦ୍ରର ନେତାମାନେ ଟୁରିଷ୍ଟ ନେତା। ସେମାନେ ନିର୍ବାଚନ ସମୟରେ ଆସିବେ, ବେଳାଭୂମିରେ ବୁଲିବେ, ମହାପ୍ରଭୂଙ୍କୁ ଦର୍ଶନ କରି ଚାଲିଯିବେ। ନିର୍ବାଚନୀ ସଭାରେ ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି, ଅସମ୍ମାନ କରୁଛନ୍ତି। ଏମାନଙ୍କୁ ଆପଣମାନେ ଆସନ୍ତା ୨୫ତାରିଖରେ ଉଚିତ୍‌‌ ଶିକ୍ଷା ଦିଅନ୍ତୁ ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପିପିଲିରେ ଆୟୋଜିତ ନିର୍ବାଚନୀ ସଭାରେ କହିଛନ୍ତି। ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନ ଠାରେ ଶନିବାର ଆୟୋଜିତ ବିଜେଡିର ନିର୍ବାଚନୀ ସଭାରେ ଶ୍ରୀ […]

କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ

ପିପିଲି:କେନ୍ଦ୍ରର ନେତାମାନେ ଟୁରିଷ୍ଟ ନେତା। ସେମାନେ ନିର୍ବାଚନ ସମୟରେ ଆସିବେ, ବେଳାଭୂମିରେ ବୁଲିବେ, ମହାପ୍ରଭୂଙ୍କୁ ଦର୍ଶନ କରି ଚାଲିଯିବେ। ନିର୍ବାଚନୀ ସଭାରେ ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି, ଅସମ୍ମାନ କରୁଛନ୍ତି। ଏମାନଙ୍କୁ ଆପଣମାନେ ଆସନ୍ତା ୨୫ତାରିଖରେ ଉଚିତ୍‌‌ ଶିକ୍ଷା ଦିଅନ୍ତୁ ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପିପିଲିରେ ଆୟୋଜିତ ନିର୍ବାଚନୀ ସଭାରେ କହିଛନ୍ତି।

ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନ ଠାରେ ଶନିବାର ଆୟୋଜିତ ବିଜେଡିର ନିର୍ବାଚନୀ ସଭାରେ ଶ୍ରୀ ପାଣ୍ଡିଆନ ଯୋଗଦେଇ ଦଳର ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ ମାଗିଥିଲେ। ଆପଣମାନଙ୍କ ଆଶୀର୍ବାଦରେ ଆସନ୍ତା ୯ ତାରିଖରେ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓ ସମଗ୍ର ଦେଶରେ ଇତିହାସ ରଚିବେ ବୋଲି ପାଣ୍ଡିଆନ କହିଥିଲେ। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‌‌ ଛାଡ୍‌‌ କରିବେ।

ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସ୍‌‌କେୱାଇ ରେ ସାମିଲ କରିବେ ଓ ତୃତୀୟ ଦସ୍ତଖତରେ ମିଶନଶକ୍ତି ମହିଳାଙ୍କ ପାଇଁ ପେନସନ ଯୋଜନା ଲାଗୁ କରାଯିବ ବୋଲି ସେ କହିଥିଲେ। ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ପିପିଲିକୁ ବହୁତ ଭଲ ପାଆନ୍ତି। ପିପିଲିରେ ଚାନ୍ଦୁଆ ହବ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୧୨.୫ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଦାଣ୍ଡମୁକୁନ୍ଦପୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରର ଉନ୍ନତି ପାଇଁ ୩କୋଟି ଟଙ୍କା, ନିଜିଗଡକୁରୁକି ସ୍ଥିତ କୁରୁକେଶ୍ୱର ମନ୍ଦିର ପାଇଁ ୧କୋଟି ଟଙ୍କା, ଡେଲାଙ୍ଗ ଗାଦିବ୍ରହ୍ମ ମନ୍ଦିର ପାଇଁ ୧କୋଟି ଟଙ୍କା, ଅରାଗଡ ବୌଦ୍ଧ କୀର୍ତ୍ତିରାଜୀର ଉନ୍ନତିକରଣ ପାଇଁ ୧କୋଟି ଟଙ୍କା, ପିପିଲି ଓ ଡେଲାଙ୍ଗ ଡାକ୍ତରଖାନାର ନୂତନ କୋଠା ନିର୍ମାଣ ପାଇଁ ୧୨କୋଟି ଲେଖାଏଁ ମଞ୍ଜୁର କରିଛନ୍ତି।

ଅଞ୍ଚଳର ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ପ୍ରଦାନ କରିସାରିଛନ୍ତି। ପୁରୀ ସାଂସଦ ପ୍ରାର୍ଥୀ ଓ ପିପିଲି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଏହି ମାଟିର ପୁଅ। ଏ ଦୁହେଁ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କାମ କରିବେ। ଲୋକସଭାକୁ ଅରୂପ ଗଲେ ପୁଞ୍ଜୀ ନିବେଶ ଆଣିବେ ଓ ଅଞ୍ଚଳର ବିକାଶ କରିବେ ବୋଲି ପାଣ୍ଡିଆନ କହିବା ସହ ଉଭୟଙ୍କୁ ଆପଣମାନେ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରିିଥିଲେ।

ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ବିରୋଧିଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ଏହି ନିର୍ବାଚନମଣ୍ଡଳୀରେ ହୋଇଥିବା ବନ୍ୟା, ବାତ୍ୟା ଓ କୋଭିଡ୍‌‌ ମହାମାରୀ ସମୟରେ ତୁମେ ମାନେ ଥିଲ କୋଉଠି ବୋଲି ବିରୋଧିଙ୍କୁ କଡା ଭାଷାରେ ପ୍ରଶ୍ନ ପଚାରିଥିଲେ ରୁଦ୍ରପ୍ରତାପ। ୧୦ବର୍ଷ ଧରି କେନ୍ଦ୍ରରେ ତୁମର ସରକାର ଥିବା ବେଳେ ପିପିଲି ଓ ଡେଲାଙ୍ଗ ପାଇଁ ତୁମେ କରିଛ କଣ ବୋଲି ସେ ବିରୋଧି ଦଳକୁ ପ୍ରଶ୍ନ ପଚାରିଥିଲେ। ନବୀନ ସରକାରରେ ଏହି ନିର୍ବାଚନମଣ୍ଡଳୀରେ ହୋଇଥିବା ଏବଂ ହେବାକୁ ଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ସେ ଆଲୋକପାତ କରିଥିଲେ। ବିରୋଧୀଙ୍କ ଚକ୍ରାନ୍ତରେ ପଡିବେନି କି ମିଠା କଥାରେ ଭାସି ଯିବେନି।

କଥାରେ ନୁହେଁ, କାମରେ ବିଶ୍ୱାସ କରୁଥିବା ଲୋକପ୍ରୀୟ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଆଶୀର୍ବାଦ କରନ୍ତୁ। ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଚେଷ୍ଟା ଚଳାଇଥିବାରୁ ଯୋଡି ଶଙ୍ଖରେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଶ୍ରୀ ମହାରଥୀ ଓ ସାଂସଦ ପ୍ରାର୍ଥୀ ଅରୂପ ସମସ୍ତଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ପ୍ରବାଦପୁରୁଷ ବିଜୁବାବୁ ଓ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଫଟୋଚିତ୍ରରେ ଶ୍ରୀପାଣ୍ଡିଆନ ମାଲ୍ୟାର୍ପଣ କରିଥିଲେ। ଏହି ସମାବେଶରେ ୨୦ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗଦେଇଥିବା ବେଳେ ନିର୍ବାଚନମଣ୍ଡଳୀର ସମସ୍ତ ବିଜେଡି ନେତା, ନେତ୍ରୀ ଓ ନିର୍ବାଚିତ ଜନପ୍ରତିନିଧମାନେ ଉପସ୍ଥିତ ଥିଲେ।