କଦଳୀ ଚୋପାକୁ ଫୋପାଡି ଦେଉଛନ୍ତି କି ? ତ୍ବଚା ପାଇଁ ଔଷଧୀୟ ଭାବେ କରନ୍ତୁ ବ୍ୟବହାର
ସାଧାରଣତଃ ଲୋକମାନେ କଦଳୀ ଖାଇ ଦେବା ପରେ ଚୋପାକୁ ଫୋପାଡି ଦେଇଥାନ୍ତି । କାହିଁକି ନା ଚୋପାକୁ ଅଦରକାରୀ ବୋଲି ଭାବିଥାନ୍ତି । କଞ୍ଚା କଦଳୀ ଏବଂ ପାଚିଲା କଦଳୀର ଚୋପା ବେଶ୍ ହିତକର ବୋଲି ମାନାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କଦଳୀ ଚୋପା ସ୍କିନ୍ ପାଇଁ କେତେ ଉପଯୋଗୀ ? କଦଳୀ ପୋଟାସିୟମ୍, ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । କେବଳ କଦଳୀ ନୁହେଁ କଦଳୀର ଚୋପା ମଧ୍ୟ ଲାଭପ୍ରଦ ହୋଇଥାଏ । […] The post କଦଳୀ ଚୋପାକୁ ଫୋପାଡି ଦେଉଛନ୍ତି କି ? ତ୍ବଚା ପାଇଁ ଔଷଧୀୟ ଭାବେ କରନ୍ତୁ ବ୍ୟବହାର appeared first on KNews Odisha.

ସାଧାରଣତଃ ଲୋକମାନେ କଦଳୀ ଖାଇ ଦେବା ପରେ ଚୋପାକୁ ଫୋପାଡି ଦେଇଥାନ୍ତି । କାହିଁକି ନା ଚୋପାକୁ ଅଦରକାରୀ ବୋଲି ଭାବିଥାନ୍ତି । କଞ୍ଚା କଦଳୀ ଏବଂ ପାଚିଲା କଦଳୀର ଚୋପା ବେଶ୍ ହିତକର ବୋଲି ମାନାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କଦଳୀ ଚୋପା ସ୍କିନ୍ ପାଇଁ କେତେ ଉପଯୋଗୀ ?
କଦଳୀ ପୋଟାସିୟମ୍, ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । କେବଳ କଦଳୀ ନୁହେଁ କଦଳୀର ଚୋପା ମଧ୍ୟ ଲାଭପ୍ରଦ ହୋଇଥାଏ । କଦଳୀ ଚୋପା ସ୍କିନ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । କଦଳୀ ଚୋପାକୁ ଫେସରେ ଲଗାଇ ସ୍କିନର ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ସୂର୍ଯ୍ୟଙ୍କ କିରଣରୁ ହେଉଥିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ । କଦଳୀ ଚୋପାକୁ ମୁହଁରେ ଘସିବା ଦ୍ୱାରା ସ୍କିନ ହାଇଡ୍ରେଟେଡ୍ ରହିଥାଏ ।
ସ୍କିନ୍ କେୟାର କରିବା ନିହାତି ଜରୁରୀ । ଯଦି ଆପଣ ଥଣ୍ଡାରେ ହେଉଥିବା ସ୍କିନ ସମ୍ବନ୍ଧିତ ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଜିନିଷର ବ୍ୟବହାର କରିବାକୁ ପଡିବ । କିଛି ଘରୋଇ ଜିନିଷରେ ତିଆରି ଫେସ୍ ପ୍ରଡକ୍ଟ ଆପଣଙ୍କ ସ୍କିନକୁ ନରମ ଏବଂ ଚମକଦାର କରିଥାଏ । ଯାହା ଆପଣଙ୍କ ସ୍କିନକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ କେଉଁ କେଉଁ ସମସ୍ୟାକୁ ଦୂର କରିଥାଏ ଜାଣିବା ।
ବାର୍ଦ୍ଧକ୍ୟତାକୁ ଦୂର କରେ : କଦଳୀ ଚୋପାରେ ଉପଯୁକ୍ତ ପରିମାଣରେ ଭିଟାମିନ୍ ଥିବା କାରଣରୁ ମୁ୍ହଁରେ ପଡୁଥିବା ଭାଙ୍ଗକୁ ଦୂର କରିଥାଏ । ଏହା ସହିତ ନରମ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ତ୍ବଚାରେ ଚମକ ଆଣିଥାଏ : କଦଳୀ ଖାଇ ସାରିବା ପରେ ତା’ର ଚୋପାକୁ ମୁହଁରେ ଘଷିବା ଦ୍ବାରା କଳା ଦାଗ ହ୍ରାସ ପାଇଥାଏ ।
ବ୍ରଣ ଦୂର କରେ : ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ କଦଳୀ ଚୋପାର ବ୍ୟବହାର କରିବା ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆ ଗୁଣ କାରଣରୁ ମୁହଁରେ ହେଉଥିବା ବ୍ରଣ ସମସ୍ୟାକୁ ହ୍ରାସ କରିଥାଏ । ଏହା ସହିତ ଚମକଦାର ତ୍ବଚା ଦେଇଥାଏ ।
ମୁହଁର ଭାଙ୍ଗକୁ ହ୍ରାସ କରେ : ଏଥିରେ ପୋଟାସିୟମର ମାତ୍ରା ଭରପୁର ଥିବାରୁ ସ୍କିନକୁ ନରମ ଏବଂ ଚମକଦାର କରିଥାଏ । ଏହା ବ୍ୟତୀତ ଅକାଳରେ ମୁହଁରେ ଭାଙ୍ଗ ପଡିବାକୁ ରୋକିଥାଏ ।
ମଶ୍ଚୁରାଇଜ ରଖେ : ଏହାର ବ୍ୟବହାର କରିବା ଦ୍ବାରା ନ୍ୟାଚୁରାଲ ଗ୍ଲୋଇଂ ଦେଇଥାଏ ।
କୁଣ୍ଡାଇ ହେବାକୁ ଦୂର କରେ : ଯେଉଁମାନଙ୍କ ସ୍କିନରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଉଛି, ତେବେ କଦଳୀ ଚୋପାକୁ ବ୍ୟବହାର କରନ୍ତୁ । ଏଥିରେ ଆଣ୍ଟି-ଇଫ୍ଲୋମେଟରୀ ଗୁଣ ଥିବାରୁ ଏଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
Also Read : ପାଳଙ୍ଗ ଠାରୁ ଆରମ୍ଭ କରି ଡାର୍କ ଚକୋଲେଟ୍ ପର୍ଯ୍ୟନ୍ତ… ଆଇରନ୍ ଅଭାବକୁ ଦୂର କରେ ଏହିସବୁ ଖାଦ୍ୟ
The post କଦଳୀ ଚୋପାକୁ ଫୋପାଡି ଦେଉଛନ୍ତି କି ? ତ୍ବଚା ପାଇଁ ଔଷଧୀୟ ଭାବେ କରନ୍ତୁ ବ୍ୟବହାର appeared first on KNews Odisha.