କନଷ୍ଟେବଳଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: କନଷ୍ଟେବଳଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୁଲିସ କନେଷ୍ଟବଲ ସରୋଜ ଭୋଇଙ୍କ ଉପରକୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି […]

କନଷ୍ଟେବଳଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର
Encounter

ସମ୍ବଲପୁର: କନଷ୍ଟେବଳଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୁଲିସ କନେଷ୍ଟବଲ ସରୋଜ ଭୋଇଙ୍କ ଉପରକୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା। ଘଟଣାପରଠୁ ଫେରାର ଥିଲା କମଲୁ। ପରେ ପୁଲିସ କମଲୁକୁ ଧରିବାକୁ ଚେଷ୍ଟା ଚଳାଇଥିଲା। କଟାପାଲି ନିକଟ ଜଙ୍ଗଲରେ କମଲୁ ଲୁଚି ଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ।

ଜଙ୍ଗଲରେ କମଲୁକୁ ଧରିଥିଲେ। ପୁଲିସ ନିକଟରେ ସରେଣ୍ଡର ପାଇଁ କମଲୁକୁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିଥିଲା। ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ପୁଲିସକୁ ଆକ୍ରମଣ କରିବା ପରେ କମଲୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ପୁଲିସ କମଲୁକୁ ଏନକାଉଣ୍ଟର କରିଥିଲା। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। କମଲୁ ଓ ଆହତ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।