କନଷ୍ଟେବଳଙ୍କ ବୁଲେଟ ଧକ୍କାରେ ଜଣେ ଯାତ୍ରୀଙ୍କ ଚାଲିଗଲା ଜୀବନ

ପାଟଣା,୧୫।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରେ ମଙ୍ଗଳବାର ୨ ପୋଲିସ କନଷ୍ଟେବଳଙ୍କର ବୁଲେଟ ଧକ୍କାରେ ଜଣେ ବସ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପାଟଣା ଥାନା ଦୁବେଇ ପେଣ୍ଠ ଗ୍ରାମର ଜଗବନ୍ଧୁ ମହାରଣା। ସୂଚନା ଅନୁଯାୟୀ, ଜଗବନ୍ଧୁ ବାଉଁଶୁଳି ଛକ ନିକଟରେ ଏକ ବସରୁ ଓହ୍ଲାଇ ରାସ୍ତା କଡ ରେ ଛିଡ଼ା ହୋଇଥିବା ସମୟରେ ତୁରୁମୁଙ୍ଗା ଥାନା କନଷ୍ଟେବଳ ବିଶ୍ୱରଞ୍ଜନ ଭଞ୍ଜଦେଓ ଓ ବଲାଣି […] The post କନଷ୍ଟେବଳଙ୍କ ବୁଲେଟ ଧକ୍କାରେ ଜଣେ ଯାତ୍ରୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.

କନଷ୍ଟେବଳଙ୍କ ବୁଲେଟ ଧକ୍କାରେ ଜଣେ ଯାତ୍ରୀଙ୍କ ଚାଲିଗଲା ଜୀବନ

ପାଟଣା,୧୫।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରେ ମଙ୍ଗଳବାର ୨ ପୋଲିସ କନଷ୍ଟେବଳଙ୍କର ବୁଲେଟ ଧକ୍କାରେ ଜଣେ ବସ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପାଟଣା ଥାନା ଦୁବେଇ ପେଣ୍ଠ ଗ୍ରାମର ଜଗବନ୍ଧୁ ମହାରଣା।

ସୂଚନା ଅନୁଯାୟୀ, ଜଗବନ୍ଧୁ ବାଉଁଶୁଳି ଛକ ନିକଟରେ ଏକ ବସରୁ ଓହ୍ଲାଇ ରାସ୍ତା କଡ ରେ ଛିଡ଼ା ହୋଇଥିବା ସମୟରେ ତୁରୁମୁଙ୍ଗା ଥାନା କନଷ୍ଟେବଳ ବିଶ୍ୱରଞ୍ଜନ ଭଞ୍ଜଦେଓ ଓ ବଲାଣି ଥାନା କନଷ୍ଟେବଳ ପୁରୁଷୋତ୍ତମ ମହାନ୍ତ ଏକ ବାଇକରେ ତୁରୁମୁଙ୍ଗାରୁ କେନ୍ଦୁଝରକୁ ଡ୍ୟୁଟି କରିବାକୁ ଯାଉଥିବାବେଳେ ଜଗବନ୍ଧୁଙ୍କୁ ଧକ୍କା ଦେଇଥିଲେ। ଜଗବନ୍ଧୁ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବଲାଣି ଥାନା କନେଷ୍ଟବଳ ପୁରୁଷୋତ୍ତମ ମହାନ୍ତ ଏହି ଦୁର୍ଘଟଣାରେ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକ ୨ କନଷ୍ଟେବଳ ମଦ୍ୟପାନ କରି ଗାଡ଼ି ଦୁର୍ଘଟଣା କରିଥିବା ଅଭିଯୋଗ ଆଣି କନଷ୍ଟେବଳଙ୍କୁ ଘେରିଥିଲେ। ତେବେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛି। ଜଗବନ୍ଧୁ ପାଟଣା ବ୍ଲକ ବାଉଁଶୁଳୀସ୍ଥିତ ଭଉଣୀ ଘରକୁ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

The post କନଷ୍ଟେବଳଙ୍କ ବୁଲେଟ ଧକ୍କାରେ ଜଣେ ଯାତ୍ରୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.