କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA
ଭୁବନେଶ୍ୱର,୧୮।୧: କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାର୍ଥୀଙ୍କ ସମୁଦାୟ ମାର୍କ ପ୍ରକାଶ କରିବା, ନର୍ମାଲାଇଜେସନ୍ ପ୍ରକ୍ରିୟା ଓ ମାର୍କ ପ୍ରକାଶ କରିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ସାର୍ବଜନୀନ କରିବାକୁ ସେମାନେ ଦାବି କରୁଛନ୍ତି। ଏହି ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ(ଆର୍ଟିଆଇ)ରେ ପାଇବାକୁ ଗୁରୁବାର ବହୁ ସଂଖ୍ୟାରେ ଆଶାୟୀ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ସେପଟେ ଆଶାୟୀଙ୍କ ଅଭିଯୋଗକୁ […] The post କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA appeared first on Dharitri Odia News.
ଭୁବନେଶ୍ୱର,୧୮।୧: କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାର୍ଥୀଙ୍କ ସମୁଦାୟ ମାର୍କ ପ୍ରକାଶ କରିବା, ନର୍ମାଲାଇଜେସନ୍ ପ୍ରକ୍ରିୟା ଓ ମାର୍କ ପ୍ରକାଶ କରିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ସାର୍ବଜନୀନ କରିବାକୁ ସେମାନେ ଦାବି କରୁଛନ୍ତି। ଏହି ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ(ଆର୍ଟିଆଇ)ରେ ପାଇବାକୁ ଗୁରୁବାର ବହୁ ସଂଖ୍ୟାରେ ଆଶାୟୀ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଆବେଦନ କରିଛନ୍ତି।
ସେପଟେ ଆଶାୟୀଙ୍କ ଅଭିଯୋଗକୁ ନେଇ ଓସେପା ପକ୍ଷରୁ ଗୁରୁବାର ସ୍ପଷ୍ଟିକରଣ ଦିଆଯାଇଛି। ବିଭିନ୍ନ ବର୍ଗରେ ୨୦ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଆବେଦନକାରୀଙ୍କ ସଂଖ୍ୟାକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଥିବା ଓସେପା ଦର୍ଶାଇଛି। ଅର୍ଥାତ ଯେଉଁ ବର୍ଗରେ ଆଶାୟୀଙ୍କ ସଂଖ୍ୟା କମ୍ ଥିଲା ସେହି ବର୍ଗର ସଂରକ୍ଷଣ ଥିବାରୁ ଅବଶିଷ୍ଟାଂଶ ପଦ ଖାଲି ରହିଛି।
ସେହିପରି ବହୁ ଆଶାୟୀଙ୍କ ଯୋଗ୍ୟତା ନ ଥାଇ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଓସେପା ସ୍ବୀକାର କରିଛି। କିନ୍ତୁ ଏହା କେବଳ ମେରିଟ୍ ଲିଷ୍ଟ ହୋଇଥିବାରୁ ପ୍ରମାଣପତ୍ର ଯାଞ୍ଚ ସମୟରେ ଅଯୋଗ୍ୟଙ୍କୁ ବାଦ ଦିଆଯିବ ବୋଲି ଦର୍ଶାଇଛି। କେବଳ ମେରିଟ୍ ଅନୁଯାୟୀ ଚୟନ କରାଯାଇନଥିବା ମଧ୍ୟ ଦର୍ଶାଇଛି। ଆଶାୟୀମାନେ ଦେଇଥିବା ଆଗ୍ରାଧିକାର ଜିଲା ତାଲିକାକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଓସେପାର ତୃଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଯୋଗୁ ସମସ୍ତ ପଦ ପୂରଣ ହୋଇପାରିବ ନାହିଁ ବୋଲି ଆଶାୟୀମାନେ ଅଭିଯୋଗ କରିଛନ୍ତି।
ସେପଟେ ଆଡ଼ମିଟ କାର୍ଡକୁ ନେଇ ଚର୍ଚ୍ଚା ହୋଇଛି। ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା, ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓସେପା ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଆଶାୟୀମାନେ ଖପ୍ପା ହୋଇଛନ୍ତି। କେବଳ ଏତିକି ନୁହେଁ, ଗୋଟିଏ ଆଡ଼ମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି।
ତେବେ ଏହାକୁ ନେଇ ଓସେପା ମଧ୍ୟ ସ୍ପଷ୍ଟୀକରଣ ଦେଇଛି। ଓସେପା କହିଛି, ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ। ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ। ଫଟୋ ଯାଞ୍ଚ ପରେ ଏବଂ ବାୟୋମେଟ୍ରିକ୍ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେଣୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ। ଓସେପା ବାସ୍ତବରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥାଏ।
The post କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA appeared first on Dharitri Odia News.