କନ୍ଦରପୁରରେ ଦ୍ୱାଦଶ ମକର ଉତ୍ସବ

ଆଠଗଡ଼: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଠଗଡ଼ ବ୍ଲକର କନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ଦ୍ୱାଦଶ ବାର୍ଷିକ ମକର ଉତ୍ସବ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେଠାରେ ସଂକୀର୍ତ୍ତନ ଓ ଖଞ୍ଜଣୀ ବାଦନ କରାଯିବା ସହ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମକରଚାଉଳ ଲାଗି କରାଯାଇ ସେହି ପ୍ରସାଦ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯିବା ସହ ଦିନସାରା ହରିହାଟରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ନିକଟବର୍ତ୍ତୀ ଫୁଲବାଡି, ରାଉତରାପୁର ଓ ଗୋବିନ୍ଦପୁର ଗ୍ରାମର ଉଭୟ […]

କନ୍ଦରପୁରରେ ଦ୍ୱାଦଶ ମକର ଉତ୍ସବ

ଆଠଗଡ଼: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଠଗଡ଼ ବ୍ଲକର କନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ଦ୍ୱାଦଶ ବାର୍ଷିକ ମକର ଉତ୍ସବ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେଠାରେ ସଂକୀର୍ତ୍ତନ ଓ ଖଞ୍ଜଣୀ ବାଦନ କରାଯିବା ସହ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମକରଚାଉଳ ଲାଗି କରାଯାଇ ସେହି ପ୍ରସାଦ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯିବା ସହ ଦିନସାରା ହରିହାଟରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ନିକଟବର୍ତ୍ତୀ ଫୁଲବାଡି, ରାଉତରାପୁର ଓ ଗୋବିନ୍ଦପୁର ଗ୍ରାମର ଉଭୟ ପୁରୁଷ ଓ ମହିଳା ସଂକୀର୍ତ୍ତନ ମଣ୍ଡଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟଭାବେ ଅନ୍ତର୍ଯ୍ୟାମୀ ସୁତାର, ନାରାୟଣ ମଲ୍ଲିକ, ସୁନାକର ଦଳାଇ, ସତ୍ୟରଞ୍ଜନ ମଲ୍ଲିକ, ବିଶ୍ୱଜିତ୍‌‌ ଦଳାଇ, ସୂର୍ଯ୍ୟକାନ୍ତ ସେଠୀ, ମଙ୍ଗୁଳି ଦଳାଇଙ୍କ ସମେତ ଗ୍ରାମର ସମସ୍ତ ମୁରବୀ ସହଯୋଗ କରିଥିଲେ।