କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ଠାରେ ଗୁଗଲ୍ ମିଟ୍ ମାଧ୍ୟମରେ ଜିଲାସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶାର ସହାୟକ ଅଧିକାରୀ ରୋହିତ ନନ୍ଦେଶ୍ୱର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ନେହେରୁ ଯୁବ କେନ୍ଦ୍ର ଭଦ୍ରକର ଜିଲା ଯୁବ ଅଧିକାରୀ […] The post କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ appeared first on Odisha.News.

କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ଠାରେ ଗୁଗଲ୍ ମିଟ୍ ମାଧ୍ୟମରେ ଜିଲାସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶାର ସହାୟକ ଅଧିକାରୀ ରୋହିତ ନନ୍ଦେଶ୍ୱର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ନେହେରୁ ଯୁବ କେନ୍ଦ୍ର ଭଦ୍ରକର ଜିଲା ଯୁବ ଅଧିକାରୀ ଏମ.ବିଘ୍ନେଶ, ବାଲେଶ୍ଵର ନେହେରୁ ଯୁବ କେନ୍ଦ୍ର ଅଧିକାରୀ ରମେଶ କାପୁର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ, ଅନୁଗୋଳ, ବାଲେଶ୍ଵର ଏବଂ ମୟୂରଭଞ୍ଜ ପ୍ରତ୍ୟେକ ଜିଲାର ଦଶ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ଡ. ଅନନ୍ତ ଚରଣ ମିଶ୍ର, ପ୍ରଫେସର ପ୍ରସନ୍ନ ବିଶୋଇ, ପ୍ରଫେସର ବିରାଜ ମୋହନ ରଥ, ରବିନ୍ଦ୍ର ନାଥ ମିଶ୍ର, ନବ କିଶୋର ରଥ ପ୍ରମୁଖ ରହି ପ୍ରତିଯୋଗୀମାନଙ୍କୁ ପ୍ରତ୍ୟେକ ଜିଲାରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାଇଁ ଚୟନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ଥିଲା ଯୁବ ସ୍ୱର- ଜାତିର ପରିବର୍ତ୍ତନ ପାଇଁ ଜଡ଼ିତ ଏବଂ ସଶକ୍ତିକରଣ। ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲା ଯୁବ ଅଧିକାରୀ ନଭନିତ କୁମାର ଅତିଥି ଓ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ସ୍ଵାଗତ କରିଥିବା ବେଳେ ସହ କର୍ମୀ ସତ୍ୟବାନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

The post କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ appeared first on Odisha.News.