କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର

କନ୍ଧମାଳ : କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଫୁଲବାଣୀରେ କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ସଂସଦୀୟ କ୍ଷେତ୍ରର ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଡବଲ ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ଅପିଲ କରିଥିଲେ ବିଜେଡି ସୁପ୍ରିମୋ । ଜନସଭାକୁ ଉଦବୋଧନ କରିଥିଲେ ବିଜେଡି ନିର୍ବାଚନୀ ମୁଖ୍ୟ ରଣନୀତିକାର । ଓଡ଼ିଶା […] The post କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର appeared first on KNews Odisha.

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର
bjd

କନ୍ଧମାଳ : କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଫୁଲବାଣୀରେ କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ସଂସଦୀୟ କ୍ଷେତ୍ରର ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଡବଲ ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ଅପିଲ କରିଥିଲେ ବିଜେଡି ସୁପ୍ରିମୋ ।

ଜନସଭାକୁ ଉଦବୋଧନ କରିଥିଲେ ବିଜେଡି ନିର୍ବାଚନୀ ମୁଖ୍ୟ ରଣନୀତିକାର । ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ସାଧନା ଓ ପ୍ରତିବଦ୍ଧତା ରହିଛି ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳରେ ୬୫୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

ଗତ ୫ ବର୍ଷ ମଧ୍ୟରେ ୭ ଟି ଯାକ ନିର୍ବାଚନ ମଣ୍ଡଳୀର ବହୁ ଉନ୍ନତି ହୋଇଥିବା କହିଛନ୍ତି ଡ. ସାମନ୍ତ । ନିର୍ବାଚନ ସଭାରେ ଫୁଲବାଣୀ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର, ବାଲିଗୁଡା ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ବେହେରା, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ବୌଦ୍ଧ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ ଓ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହିଧର ରଣା ଉପସ୍ଥିତ ଥିଲେ ।

The post କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର appeared first on KNews Odisha.