କନ୍ଧମାଳରେ ଆନ୍ତଜାର୍ତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ
କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୪ ମହାସମାରୋହରରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ସମାଜରେ ସଂସ୍କାରର ଅଭାବ ଦେଖାଯାଉଛି ବୋଲି କହିଥିଲେ। ପ୍ରତ୍ୟେକ […] The post କନ୍ଧମାଳରେ ଆନ୍ତଜାର୍ତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ appeared first on Odisha.News.

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୪ ମହାସମାରୋହରରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ସମାଜରେ ସଂସ୍କାରର ଅଭାବ ଦେଖାଯାଉଛି ବୋଲି କହିଥିଲେ। ପ୍ରତ୍ୟେକ ବାପା ମା’ ନିଜର ପିଲାମାନଙ୍କୁ ଏଥିପାଇଁ ଶିକ୍ଷା ଦେବା ଉଚିତ୍। ଫଳରେ ସେମାନଙ୍କ ବୃଦ୍ଧାବସ୍ଥାରେ ସେହି ପିଲାମାନେ ଯତ୍ନ ନେବାକୁ ସଂକୋଚ ପ୍ରକାଶ କରିବେ ନାହିଁ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ପାୟଲ ବେହେରା, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ବରିଷ୍ଠ ନାଗରିକ ସଂଘ ସଭାପତି ସର୍ବେଶ୍ୱର ମିଶ୍ର, କମଳାକାନ୍ତ ପାଣ୍ଡେ, କନ୍ଧମାଳ ଡ଼ି.ଏସ୍.ପି ସର୍ବେଶ୍ୱର ବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ବିଜୟ କୁମାର ପଣ୍ଡା, ବରିଷ୍ଠ ଚିକତ୍ସକ ଚିନାରା ନାରାୟଣ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଏହି ଦିବସ ଅବସରରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ୧୪ ଜଣ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ସକାଳେ ଯୋଗ ଶିବିର ଅନୁଷ୍ଠିତ ହେବା ସହିତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ମାଗଣା ଔଷଧ ବଣ୍ଟନ ମଧ୍ୟ କରାଯାଇଛି। ବୈଠକରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ସମେତ ବହୁ ଅତିଥି ମାନେ ଯୋଗଦେଇଥିଲେ। ଏହି ଅବସରରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। କାର୍ଯକ୍ରମ ପରିଚାଳନାରେ ଫୁଲବାଣୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ ବଡ଼ସେଠଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
The post କନ୍ଧମାଳରେ ଆନ୍ତଜାର୍ତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ appeared first on Odisha.News.