କପଡା ବୋଝେଇ କଣ୍ଟେନର ସହ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା, ଉଭୟ ଟ୍ରକ୍ ର ଚାଳକ ଜୀବନ୍ତ ଦଗ୍ଧ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ କୁଣ୍ଢେଇସରା ରାଜରାସ୍ତା ୫୩ରେ ରାତ୍ର ୮ ଘଣ୍ଟା ସମୟ ପାଖାପାଖି ଏକ କପଡା ବୋଝେଇ କଣ୍ଟେନର ସହ ଏକ ଲୁହା ବୋଝେଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ଉଭୟ ଟ୍ରକ୍ର ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅଗ୍ନିସେବା ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଚାଳକ ମାନଙ୍କ ପରିଚୟ […] The post କପଡା ବୋଝେଇ କଣ୍ଟେନର ସହ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା, ଉଭୟ ଟ୍ରକ୍ ର ଚାଳକ ଜୀବନ୍ତ ଦଗ୍ଧ appeared first on Odisha.News.

କପଡା ବୋଝେଇ କଣ୍ଟେନର ସହ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା, ଉଭୟ ଟ୍ରକ୍ ର ଚାଳକ ଜୀବନ୍ତ ଦଗ୍ଧ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ କୁଣ୍ଢେଇସରା ରାଜରାସ୍ତା ୫୩ରେ ରାତ୍ର ୮ ଘଣ୍ଟା ସମୟ ପାଖାପାଖି ଏକ କପଡା ବୋଝେଇ କଣ୍ଟେନର ସହ ଏକ ଲୁହା ବୋଝେଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ଉଭୟ ଟ୍ରକ୍ର ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅଗ୍ନିସେବା ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଚାଳକ ମାନଙ୍କ ପରିଚୟ ମିଳି ପାରିନାହିଁ। ଅଗ୍ନିକାଣ୍ଡ ଏତେ ଭୟାବହ ହେଇଛି ଯେ, ଗାଡ଼ି ନିକଟକୁ ଯିବା ସମ୍ଭବପାର ହୋଇ ପାରୁନାହିଁ।
ପୋଲିସ ର ସୂଚନା ଅନୁଯାୟୀ, ଆଜି ରାତ୍ର ପ୍ରାୟ ସାଢେ଼ 7 ଟା ପାଖାପାଖି ବଡ କୁଣ୍ଡେଇସରା ରାଜରାସ୍ତା ୫୩ ପେଟ୍ରୋଲ ଟାଙ୍କି ନିକଟରେ ଏକ କପଡା ବୋଝେଇ କାଣ୍ଟେନର ଦେବଗଡ ଅଭିମୁଖେ ଯାଉଥିବା ବେଳେ ଅପର ପଟୁ ଏକ ଲୁହା ବୋଝେଇ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ କଣ୍ଟେଣର ଟ୍ରକ ଜଳିବା ସହ ଲୁହା ଟ୍ରକ ମଧ୍ୟ ଜଳି ଯାଇଥିଲା। ଦୁର୍ଭାଗ୍ୟ ବସତ ଉଭୟ ଟ୍ରକ ର ଚାଳକ ଗାଡିରୁ ବାହାରି ପାରି ନଥିଲେ। ଆଉ ଜୀବନ୍ତ ଦଗ୍ଧ ହେଇଗଲେ। ତେବେ ଲୁହା ବୋଝେଇ ଟ୍ରକ ର ଖଲାସୀ କୁ ପୋଲିସ ଉଦ୍ଧାର କରି ଡାକ୍ତର ଖନା କୁ ଚିକିତ୍ସା ପାଇଁ ପଠେଇ ଦେଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଚାରି ଥାକିଆ ରାସ୍ତା ନହେବା ପର୍ଯ୍ୟନ୍ତ ଏପରି ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଥିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି। ଏଥିସହ ଶୀଘ୍ର ୪ ଥାକିଅ ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି।

The post କପଡା ବୋଝେଇ କଣ୍ଟେନର ସହ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା, ଉଭୟ ଟ୍ରକ୍ ର ଚାଳକ ଜୀବନ୍ତ ଦଗ୍ଧ appeared first on Odisha.News.