କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ୩ ଦିନରେ ଆଖି ବୁଜିଲେ ୨ ହାତୀ

ଢେଙ୍କାନାଳ: ଢେଙ୍କାନାଳର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ  ଗତ ୩ଦିନ ମଧ୍ୟରେ  ୨ ହାତୀଙ୍କ  ମୃତ୍ୟୁ ଘଟିଛି। ଏହି ହାତୀ ଦୁଇଟି ଆହତ ଅବସ୍ଥାରେ ହାତୀ ସୁରକ୍ଷା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲାର ସଦର ରେଞ୍ଜ ମୋଟଙ୍ଗା ଥାନା ଚିନ୍ତାପୋଖରୀ ଅଞ୍ଚଳରେ ଗତ ନଭେମ୍ବର ୨ ତାରିଖରେ   ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଅନ୍ୟ ଏକ ହାତୀ ଆହତ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ଏହା ଏକ ମାଈ ହାତୀ ହୋଇଥିବା ବେଳେ ତାର ବାମ ଗୋଡ଼ରେ ଆଘାତ ହୋଇ ତାର   ଚିକିତ୍ସା ଚାଲିଥିଲା। ମାତ୍ର ହାତୀଟିର ଗତ ୩ ଦିନ ପୂର୍ବେ ମୃତ୍ୟୁ ଘଟିଥିଲା। ମାତ୍ର ବନ ବିଭାଗ ପକ୍ଷରୁ ମୃତ୍ୟୁ ଘଟଣାକୁ ଲୁଚାଇ ମୃତ ହାତୀକୁ ପୋଡି ଦେଇଥିବା ସୂଚନା ମିଳିଛି। ଏହି ହାତୀର ମୃତ୍ୟୁ ପରେ ମୋଟଙ୍ଗା ଅଂଚଳର ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ସେହିପରି ଗତ ୩ ଦିନ ତଳେ କଟକ ଜିଲ୍ଲା ଆଠଗଡରୁ ବୋମା ଚୋବାଇ ପାଟିରେ ଗୁରୁତର କ୍ଷତ ଯୋଗୁଁ ଏକ ଦନ୍ତା ହାତୀ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ପଠାଯାଇଥିଲା। ତାର  ଚିକିତ୍ସା ଚାଲିଥିବା ବେଳେ ଆଜି ମଧ୍ୟ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି।Also read: ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା, ପ୍ରତି ଥାନାକୁ ଦିଆଯିବ ୯ଟି ବାଇକ୍‌ମୃତ ହାତୀଟି ଦନ୍ତା

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ୩ ଦିନରେ ଆଖି ବୁଜିଲେ ୨ ହାତୀ

ଢେଙ୍କାନାଳ: ଢେଙ୍କାନାଳର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ  ଗତ ୩ଦିନ ମଧ୍ୟରେ  ୨ ହାତୀଙ୍କ  ମୃତ୍ୟୁ ଘଟିଛି। ଏହି ହାତୀ ଦୁଇଟି ଆହତ ଅବସ୍ଥାରେ ହାତୀ ସୁରକ୍ଷା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲାର ସଦର ରେଞ୍ଜ ମୋଟଙ୍ଗା ଥାନା ଚିନ୍ତାପୋଖରୀ ଅଞ୍ଚଳରେ ଗତ ନଭେମ୍ବର ୨ ତାରିଖରେ   ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଅନ୍ୟ ଏକ ହାତୀ ଆହତ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏହା ଏକ ମାଈ ହାତୀ ହୋଇଥିବା ବେଳେ ତାର ବାମ ଗୋଡ଼ରେ ଆଘାତ ହୋଇ ତାର   ଚିକିତ୍ସା ଚାଲିଥିଲା। ମାତ୍ର ହାତୀଟିର ଗତ ୩ ଦିନ ପୂର୍ବେ ମୃତ୍ୟୁ ଘଟିଥିଲା। ମାତ୍ର ବନ ବିଭାଗ ପକ୍ଷରୁ ମୃତ୍ୟୁ ଘଟଣାକୁ ଲୁଚାଇ ମୃତ ହାତୀକୁ ପୋଡି ଦେଇଥିବା ସୂଚନା ମିଳିଛି। ଏହି ହାତୀର ମୃତ୍ୟୁ ପରେ ମୋଟଙ୍ଗା ଅଂଚଳର ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ସେହିପରି ଗତ ୩ ଦିନ ତଳେ କଟକ ଜିଲ୍ଲା ଆଠଗଡରୁ ବୋମା ଚୋବାଇ ପାଟିରେ ଗୁରୁତର କ୍ଷତ ଯୋଗୁଁ ଏକ ଦନ୍ତା ହାତୀ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ପଠାଯାଇଥିଲା। ତାର  ଚିକିତ୍ସା ଚାଲିଥିବା ବେଳେ ଆଜି ମଧ୍ୟ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି।

Also read: ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା, ପ୍ରତି ଥାନାକୁ ଦିଆଯିବ ୯ଟି ବାଇକ୍‌

ମୃତ ହାତୀଟି ଦନ୍ତା ଓ ବୟସ  ୮ବର୍ଷ ବୋଲି ଜଣାପଡିଛି। ଫଳରେ ମାତ୍ର ୩ଦିନରେ ଏପରି ଦୁଇଟି ହାତୀ ମୃତ୍ୟୁ ପରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କଲେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଫୋନ ଉଠାଉ ନଥିବା ତାଙ୍କ ଭୂମିକା ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଏପରିକି  କପିଳାଶ ହାତୀ ଉଦ୍ଧାର କେନ୍ଦ୍ର ଫାଟକ ସମ୍ମୁଖରେ ବନକର୍ମଚାରୀଙ୍କ କଡା ପହରା ଲଗାଇ କାହାକୁ  ଭିତରକୁ ଛାଡୁନଥିବା ଦେଖାଯାଇଛି।