‘କବଚ ୪.୦’ ଟ୍ରାଏଲ ରନ୍ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ କୋଟା ରେଳ ଷ୍ଟେଶନ ମଧ୍ୟରେ ସ୍ବଦେଶୀ ରେଳ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ମଡେଲ ଉପରେ ରେଳ ମନ୍ତ୍ରୀ ଧ୍ୟାନ ଦେଇଥିଲେ। ରେଳବାଇକୁ ସୁରକ୍ଷିତ ରଖିବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା କ୍ରମାଗତ ଭାବରେ ନୂତନ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି। ଏହି କ୍ରମରେ ଦିଲ୍ଲୀ-ମୁମ୍ବାଇ ରେଳ ଲାଇନକୁ ସ୍ବୟଂଚାଳିତ ଟ୍ରେନ […] The post ‘କବଚ ୪.୦’ ଟ୍ରାଏଲ ରନ୍ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ କୋଟା ରେଳ ଷ୍ଟେଶନ ମଧ୍ୟରେ ସ୍ବଦେଶୀ ରେଳ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ମଡେଲ ଉପରେ ରେଳ ମନ୍ତ୍ରୀ ଧ୍ୟାନ ଦେଇଥିଲେ। ରେଳବାଇକୁ ସୁରକ୍ଷିତ ରଖିବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା କ୍ରମାଗତ ଭାବରେ ନୂତନ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି। ଏହି କ୍ରମରେ ଦିଲ୍ଲୀ-ମୁମ୍ବାଇ ରେଳ ଲାଇନକୁ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା ସହିତ ସଜାଯାଇଛି। ଏହି ରେଳ ସୁରକ୍ଷା ବ୍ୟବସ୍ଥାର ରେଳବାଇ ଦ୍ୱାରା କବଚ ୪.୦ ନାମକରଣ କରାଯାଇଛି।
କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସୱାଇ ମାଧୋପୁର ମଧ୍ୟରେ କୋଟା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଛି। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ସିଷ୍ଟମ ସ୍ଥାପନ କରାଯିବ। ରେଳମନ୍ତ୍ରୀ ସୱାଇ ମାଧୋପୁରରୁ ସୁମେରଗଞ୍ଜ ମଣ୍ଡି ପର୍ଯ୍ୟନ୍ତ ଯାତ୍ରା କରି କବଚ ୪.୦ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିଥିଲେ। କବଚ ୪.୦ ରେଳ ସୁରକ୍ଷା ବ୍ୟବସ୍ଥା ହେଉଛି ଏକ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା। ଏହା ରେଳ ଦୁର୍ଘଟଣା ରୋକିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏହା ରେଳ ଟ୍ରାକରେ ସୁରକ୍ଷିତ ଭାବେ ଟ୍ରେନ ଚଲାଇବ। ଦେଶରେ ପ୍ରଥମ ଥର ପାଇଁ ସୱାଇ ମାଧୋପୁର ଏବଂ କୋଟା ମଧ୍ୟରେ ୧୦୮ କିଲୋମିଟର ଦୂରତାରେ ଏହି ସିଷ୍ଟମ ସ୍ଥାପିତ ହୋଇଛି। ଏହା ହେଉଛି ଦେଶର ପ୍ରଥମ ରେଳ ଟ୍ରାକ, ଯେଉଁଠାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।
The post ‘କବଚ ୪.୦’ ଟ୍ରାଏଲ ରନ୍ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.