କବିସମ୍ରାଟ ମିଡିଆ କ୍ଳବ ପକ୍ଷରୁ ରକ୍ତ ଦାନ ଶିବିର,୧୨୦ ୟୁନିଟ୍ ସଂଗ୍ରହ
ଭଞ୍ଜନଗର:କବିସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅନିଲ ସେଠି, ସିଡିପିଓ ଲିଲିମା ପଣ୍ଡା ,ବରିଷ୍ଠ ଆଇନଜୀବୀ ସନ୍ତୋଷ ତିଆଡି, ଯୋଗଦେଇଥିଲେ ।ବହୁ ନୂତନ ରକ୍ତଦାତା ନିଜସ୍ୱ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ରକ୍ତ ଦାନ କାର୍ଯ୍ୟକ୍ରମରେ […] The post କବିସମ୍ରାଟ ମିଡିଆ କ୍ଳବ ପକ୍ଷରୁ ରକ୍ତ ଦାନ ଶିବିର,୧୨୦ ୟୁନିଟ୍ ସଂଗ୍ରହ appeared first on Odisha.News.

ଭଞ୍ଜନଗର:କବିସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅନିଲ ସେଠି, ସିଡିପିଓ ଲିଲିମା ପଣ୍ଡା ,ବରିଷ୍ଠ ଆଇନଜୀବୀ ସନ୍ତୋଷ ତିଆଡି, ଯୋଗଦେଇଥିଲେ ।ବହୁ ନୂତନ ରକ୍ତଦାତା ନିଜସ୍ୱ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ରକ୍ତ ଦାନ କାର୍ଯ୍ୟକ୍ରମରେ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା।ଏହା ସହ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଆଜିର ଏହି ମେଗା ରକ୍ତଦାନ କାର୍ଯ୍ୟକ୍ରମ ରେ ୧୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ରକ୍ତ ଦାନ କାର୍ଯ୍ୟକ୍ରମ ରେ ବହୁ ଯୁବକ ଓ ମହିଳା ରକ୍ତ ଦାନ କରି ଥିଲେ।କାର୍ଯ୍ୟକ୍ରମକୁ ସମ୍ପାଦକ ଚିନ୍ମୟ ବେବର୍ତ୍ତା,ଉପସଭାପତି ପୁରୁଷୋତ୍ତମ ମହାପାତ୍ର, ସହ ସମ୍ପାଦକ ଉଦୟ ନାଥ ପଣ୍ଡା ସଂଯୋଜକ ରଞ୍ଜିତ ଜେନା, ଦିଲ୍ଲୀପ ପଗଡ଼, ରାଜେଶ ଅଲଟିଆ, ଆଶିଷ ଗୌଡ଼ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲେ।
The post କବିସମ୍ରାଟ ମିଡିଆ କ୍ଳବ ପକ୍ଷରୁ ରକ୍ତ ଦାନ ଶିବିର,୧୨୦ ୟୁନିଟ୍ ସଂଗ୍ରହ appeared first on Odisha.News.