କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ
କୋରାପୁଟ,୨୧ା୭(ଅମିତାଭ ବେହେରା): କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଦୀର୍ଘ ୧୫ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ତାଙ୍କର ଦାବିଙ୍କୁ ସରକାର ମାନୁ ନ ଥିବାରୁ ରବିବାର କୋରାପୁଟ କୋଟସ ସଭାଗୃହରେ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇଛି। କୋରାପୁଟ ଜିଲା କମାର ସମାଜର ସଭାପତି ଭଗବାନ ଗୋଲରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମାଜର ସମ୍ପାଦକ […] The post କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ appeared first on Dharitri Odia News.
କୋରାପୁଟ,୨୧ା୭(ଅମିତାଭ ବେହେରା): କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଦୀର୍ଘ ୧୫ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ତାଙ୍କର ଦାବିଙ୍କୁ ସରକାର ମାନୁ ନ ଥିବାରୁ ରବିବାର କୋରାପୁଟ କୋଟସ ସଭାଗୃହରେ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇଛି।
କୋରାପୁଟ ଜିଲା କମାର ସମାଜର ସଭାପତି ଭଗବାନ ଗୋଲରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମାଜର ସମ୍ପାଦକ ମାଧବ ଗୋଲରୀ, ସମାଜର ଉପଦେଷ୍ଟା ଚନ୍ଦ୍ର କମାର ଓ ଧନେଶ୍ୱର ମାଝିଙ୍କ ସମେତ ଜିଲାର ସମସ୍ତ ୧୪ଟି ବ୍ଲକର କମାର ସମାଜ ପ୍ରତିନିଧିମାନେ ଉପସ୍ଥିତ ରହି ନୂତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା, ଦାବି ଆଗାମୀ ଦିନରେ ସମାଜ ପକ୍ଷରୁ ବ୍ଲକ, ଜିଲା ଓ ରାଜ୍ୟସ୍ତରରେ କମାର ସମାଜର ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର କରିବା ଦାବିରେ ରବିବାର ବୈଠକରେ ନିଷ୍ପତ୍ତି ହୋଇଥିବା କମାର ସମାଜର ସମ୍ପାଦକ ମାଧବ ଗୋଲରୀ ପ୍ରକାଶ କରିଛନ୍ତି।
The post କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ appeared first on Dharitri Odia News.