କମାଲ୍ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା
ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କ ପ୍ରକଳ୍ପ ମଲ୍ଟି ପରପୋଜ୍ କେରିୟର ଇନ ଟୁ ହ୍ବିଲର ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତଥା ଜାତୀୟ ନବ ପ୍ରବର୍ତ୍ତନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଚାଲିଥିବା ଏକାଦଶ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ସ୍ଥାନୀତ ହୋଇଛି। ଦିବ୍ୟାଶା କହିଛନ୍ତି, ସାଇକେଲ ଭଳି ୨ଚକିଆ ଯାନରେ […] The post କମାଲ୍ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା appeared first on Dharitri Odia News.
ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କ ପ୍ରକଳ୍ପ ମଲ୍ଟି ପରପୋଜ୍ କେରିୟର ଇନ ଟୁ ହ୍ବିଲର ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତଥା ଜାତୀୟ ନବ ପ୍ରବର୍ତ୍ତନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଚାଲିଥିବା ଏକାଦଶ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ସ୍ଥାନୀତ ହୋଇଛି। ଦିବ୍ୟାଶା କହିଛନ୍ତି, ସାଇକେଲ ଭଳି ୨ଚକିଆ ଯାନରେ କି କି ବ୍ୟବସ୍ଥା କରାଗଲେ ଅନେକ ସୁବିଧା ମିଳିପାରିବ, ଏହି ଚିନ୍ତାଧାରା ରାସ୍ତାରେ ଗଲାବେଳେ ତାଙ୍କ ମନରେ ଆସିଥିଲା। ଫଳରେ ସେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ପ୍ରଧାନଙ୍କ ମାର୍ଗଦର୍ଶନରେ ସେ ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ଦେଇଥିଲେ। ତାଙ୍କର ସେହି ପ୍ରକଳ୍ପ ଜିଲାରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲା। ସେଠାରୁ ପୁଣି ପ୍ରକଳ୍ପଟି ଜାତୀୟସ୍ତରକୁ ମନୋନୀତ ହୋଇଥିଲା। ଉକ୍ତ ସଫଳତାର ଶ୍ରେୟ ସେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ପ୍ରଧାନ, ପ୍ରଧାନଶିକ୍ଷକ ଆତ୍ମାରାମ ଭୋଇ ଏବଂ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଦେଇଛନ୍ତି। ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସମେତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଶିଶୁ ବୈଜ୍ଞାନିକ ଦିବ୍ୟାଶାଙ୍କୁ କୃତଜ୍ଞତା ଜଣାଇଛନ୍ତି।
The post କମାଲ୍ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା appeared first on Dharitri Odia News.