କମିଲା ପେଟ୍ରୋଲ ଓ ଡିଜେଲ ଦର

ନନ୍ଦିଘୋଷ ବ୍ୟୁରୋ: କମିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା... The post କମିଲା ପେଟ୍ରୋଲ ଓ ଡିଜେଲ ଦର appeared first on .

କମିଲା ପେଟ୍ରୋଲ ଓ ଡିଜେଲ ଦର

ନନ୍ଦିଘୋଷ ବ୍ୟୁରୋ: କମିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏଁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ନୂଆ ଦର ୧୫ ତାରିଖ ଭୋର ୬ଟାରୁ ଲାଗୁହେବ। ଏନେଇ ସୂଚନା ଦେଇଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ମନ୍ତ୍ରାଳୟ। ଦିଲ୍ଲୀରେ ପେଟ୍ରୋଲ ଦର ଏଣିକି ୯୬ ଟଙ୍କା ୭୨ ପଇସା ବଦଳରେ ହେବ ୯୪ ଟଙ୍କା ୭୨ ପଇସା। ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୬ ଟଙ୍କା ୩୧ ପଇସା ବଦଳରେ ହେବ ୧୦୪ ଟଙ୍କା ୨୧ ପଇସା। ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୩ ପଇସା ବଦଳରେ ନୂଆ ଦର ହେବ ୧୦୩ ଟଙ୍କା ୯୪ ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୬୩ ପଇସା ବଦଳରେ ହେବ ୧୦୦ ଟଙ୍କା ୭୫ ପଇସା।

The post କମିଲା ପେଟ୍ରୋଲ ଓ ଡିଜେଲ ଦର appeared first on .