କମିଲା ସୁନା ଦର , ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନା ରେଟ

ଆଜି ବି କମିଛି  ସୁନା ଦର ।  କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୬୦୦ ଟଙ୍କା ଦାମ୍‌ କମିଛି । ସେଥିପାଇଁ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି । କାରଣ ଏବେ ଯେହେତୁ ବାହାଘର ସିଜିନ୍ ଚାଲିଛି ତେଣୁ ସମସ୍ତେ ସୁନା […] The post କମିଲା ସୁନା ଦର , ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନା ରେଟ appeared first on KNews Odisha.

କମିଲା ସୁନା ଦର , ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନା ରେଟ
gold price bhsr

ଆଜି ବି କମିଛି  ସୁନା ଦର ।  କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୬୦୦ ଟଙ୍କା ଦାମ୍‌ କମିଛି । ସେଥିପାଇଁ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି । କାରଣ ଏବେ ଯେହେତୁ ବାହାଘର ସିଜିନ୍ ଚାଲିଛି ତେଣୁ ସମସ୍ତେ ସୁନା ଗହଣା କିଣିବାରେ ବ୍ୟସ୍ତ ।

ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭,୨୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୧୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭,୪୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯,୧୫୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୭, ୨୬୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୯ ହଜାର ୧୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୭,୪୧୦ ଟଙ୍କା ଓ ୨୨ କ୍ୟାରେଟ୍ ୮୯,୩୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୭, ୨୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୮୯ ହଜାର ୧୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୭,୨୬୦ ଓ ୮୯, ୧୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୧୭ , ୭୦୦ ଟଙ୍କା ହୋଇଛି ।

କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ –

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

The post କମିଲା ସୁନା ଦର , ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନା ରେଟ appeared first on KNews Odisha.