କମିଲାଣି ଗ୍ଲାମର, ମିଳିଲାନି ସୁଯୋଗ; ପ୍ରଚାରକ ତାଲିକାରୁ ଷ୍ଟାର ଉଭାନ୍, ପରଦାଠୁ ଦୂରରେ ଥିବା ଷ୍ଟାରଙ୍କୁ ସୁଯୋଗ

ଭୁବନେଶ୍ୱର 28/04 : ସେ ରଙ୍ଗ ନାହିଁ । ସିନେମା ଚାଲୁନି । ଲୋକ ଚିହ୍ନୁନାହାନ୍ତି । ଆଗପରି ଆଉ ଚମକ ବି ନାହିଁ । ଗ୍ଲାମର୍‌ ଖସିଗଲାଣି । ବୋଧହୁଏ ସେଥିପାଇଁ ଏଥର ଷ୍ଟାର୍‌ ପ୍ରଚାରକ ତାଲିକାରେ ଷ୍ଟାର୍‌ଙ୍କ ଦବ୍‌ଦବା ରହିଲାନି । ମାଳ ମାଳ ଷ୍ଟାର୍‌ଙ୍କ ନାଁ ଦେଖିବାକୁ ମିଳିଲାନି । ବିଭିନ୍ନ ରାଜନୈତିକ ଦଳରେ ସଂଖ୍ୟାଧିକ ଷ୍ଟାର୍‌ ଥାଇ ବି ତାଲିକାରେ ମାତ୍ର ୨/୪ଟି ନାଁ । ସେ ପୁଣି ଯେଉଁମାନେ ପରଦାରେ ବେଶି ଦିଶୁନାହାନ୍ତି କିମ୍ବା  ଦୀର୍ଘଦିନ ହେବ ସ୍କ୍ରିନରୁ ଦୂରେଇ ରହିଛନ୍ତି । ଅଥଚ ସେମାନଙ୍କୁ ଷ୍ଟାର କ୍ୟାମ୍ପେନର ଲିଷ୍ଟରେ ସ୍ଥାନ ଦେଇଛି ଦଳ । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଘୋଷଣା କରିଥାନ୍ତି । ଚଳିତ ଥର ବି ସେ କଥା ହୋଇଛି । ରାଜନେତାଙ୍କ ଲମ୍ବା ତାଲିକାରେ ଏଥର କିନ୍ତୁ ହାତ ଗଣତି  କଳାକାରଙ୍କୁ ସ୍ଥାନ ମିଳିଛି । ତାଲିକାରେ ଷ୍ଟାର୍‌ମାନେ ପୂରା କୋଣଠେସା ହେଲା ଭଳି ଲାଗୁଛନ୍ତି । ଦଳରେ ଥାଇ ବି ଦଳ ତାଙ୍କୁ ଭୋଟ୍ ଯୋଗାଡ଼ରେ ଯୋଗ୍ୟ ଭାବିନି। ଯଦିଓ ପୂର୍ବରୁ ସେମାନେ ପ୍ରଚାର ପାଇଁ ଦଳକୁ ଷ୍ଟାର୍‌ ହୋଇ ଆସିଥିଲେ । ଏବେ କିନ୍ତୁ  ନିରାଶ ।  ରାଜ୍ୟରେ ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେଡି –ବିଜେପି ଜାରି କରିଛନ୍ତି ଷ୍ଟାର କ୍ୟାମ୍ପେନର ତାଲିକା।  ଉଭୟ ୪୦ ଲେଖଏଁ ଷ୍ଟାର୍‌ ପ୍ରଚାରକଙ୍କ ନାଁ ଜାରି କରିଛନ୍ତି ।  ବିଜେଡି ତାଲିକାରେ ଗ୍ଲାମର ଦୁନିଆ

କମିଲାଣି ଗ୍ଲାମର, ମିଳିଲାନି ସୁଯୋଗ; ପ୍ରଚାରକ ତାଲିକାରୁ ଷ୍ଟାର ଉଭାନ୍, ପରଦାଠୁ ଦୂରରେ ଥିବା ଷ୍ଟାରଙ୍କୁ ସୁଯୋଗ

ଭୁବନେଶ୍ୱର 28/04 : ସେ ରଙ୍ଗ ନାହିଁ । ସିନେମା ଚାଲୁନି । ଲୋକ ଚିହ୍ନୁନାହାନ୍ତି । ଆଗପରି ଆଉ ଚମକ ବି ନାହିଁ । ଗ୍ଲାମର୍‌ ଖସିଗଲାଣି । ବୋଧହୁଏ ସେଥିପାଇଁ ଏଥର ଷ୍ଟାର୍‌ ପ୍ରଚାରକ ତାଲିକାରେ ଷ୍ଟାର୍‌ଙ୍କ ଦବ୍‌ଦବା ରହିଲାନି । ମାଳ ମାଳ ଷ୍ଟାର୍‌ଙ୍କ ନାଁ ଦେଖିବାକୁ ମିଳିଲାନି । ବିଭିନ୍ନ ରାଜନୈତିକ ଦଳରେ ସଂଖ୍ୟାଧିକ ଷ୍ଟାର୍‌ ଥାଇ ବି ତାଲିକାରେ ମାତ୍ର ୨/୪ଟି ନାଁ । ସେ ପୁଣି ଯେଉଁମାନେ ପରଦାରେ ବେଶି ଦିଶୁନାହାନ୍ତି କିମ୍ବା  ଦୀର୍ଘଦିନ ହେବ ସ୍କ୍ରିନରୁ ଦୂରେଇ ରହିଛନ୍ତି । ଅଥଚ ସେମାନଙ୍କୁ ଷ୍ଟାର କ୍ୟାମ୍ପେନର ଲିଷ୍ଟରେ ସ୍ଥାନ ଦେଇଛି ଦଳ । 

ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଘୋଷଣା କରିଥାନ୍ତି । ଚଳିତ ଥର ବି ସେ କଥା ହୋଇଛି । ରାଜନେତାଙ୍କ ଲମ୍ବା ତାଲିକାରେ ଏଥର କିନ୍ତୁ ହାତ ଗଣତି  କଳାକାରଙ୍କୁ ସ୍ଥାନ ମିଳିଛି । ତାଲିକାରେ ଷ୍ଟାର୍‌ମାନେ ପୂରା କୋଣଠେସା ହେଲା ଭଳି ଲାଗୁଛନ୍ତି । ଦଳରେ ଥାଇ ବି ଦଳ ତାଙ୍କୁ ଭୋଟ୍ ଯୋଗାଡ଼ରେ ଯୋଗ୍ୟ ଭାବିନି। ଯଦିଓ ପୂର୍ବରୁ ସେମାନେ ପ୍ରଚାର ପାଇଁ ଦଳକୁ ଷ୍ଟାର୍‌ ହୋଇ ଆସିଥିଲେ । ଏବେ କିନ୍ତୁ  ନିରାଶ ।  

ରାଜ୍ୟରେ ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେଡି –ବିଜେପି ଜାରି କରିଛନ୍ତି ଷ୍ଟାର କ୍ୟାମ୍ପେନର ତାଲିକା।  ଉଭୟ ୪୦ ଲେଖଏଁ ଷ୍ଟାର୍‌ ପ୍ରଚାରକଙ୍କ ନାଁ ଜାରି କରିଛନ୍ତି ।  ବିଜେଡି ତାଲିକାରେ ଗ୍ଲାମର ଦୁନିଆରୁ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ୍‌ ଓରଫ୍‌ ମୁନ୍ନା ଖାନ୍‌, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଓ ଏଲିନା ଦାଶ ରହିଛନ୍ତି । ମାତ୍ର ଏମାନେ  ବହୁଦିନ ହେବ ପରଦା ଠାରୁ ଦୂରରେ । ଯଦିଓ ଦଳରେ ବର୍ତ୍ତମାନ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ପୂର୍ବତନ ସାଂସଦ ଭେଟେରାନ୍‌ ସିନେ ଷ୍ଟାର୍‌ ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ସୋଫିଆ ଆଲମ୍‌ , କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ରହିଛନ୍ତି। ଏମାନେ କିନ୍ତୁ ନୁହନ୍ତି ଏଥର ବିଜେଡି ଷ୍ଟାର ପ୍ରଚାରକ।  ତେବେ ଅଭିନେତ୍ରୀ ବର୍ଷା ତ ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁ ଥିବାରୁ ସେ ତାଲିକାରେ ନାହାନ୍ତି। 

ଅଥଚ ଗତ ଜାନୁଆରୀ ମାସରେ ୩୦୦ ଯାତ୍ରା କଳାକାର ବିଜେଡିରେ ମିଶିଥିଲେ । କିନ୍ତୁ ଲୋକପ୍ରିୟତା ସତ୍ତ୍ୱେ ସେମାନେ ନୁହନ୍ତି ବିଜେଡିର ,ଷ୍ଟାର ପ୍ରଚାରକ। 2014ରେ ବିଜେଡି ଟିକେଟରେ ଲଢିଥିବା ପପୁ ପମପମ୍ ବି ଗୁଡାଏ ଦିନ ହେବ ଶଙ୍ଖ ଶିବିରରୁ ଗାଏବ। ଆଉ କିଛି ଭୋଟେରାନ୍ ଷ୍ଟାର ତଥା ପଲିଟିସିଆନ୍   ବିଜେପି କ୍ୟାମ୍ପରେ। 

ବିଜେପିର ଷ୍ଟାର୍‌ ପ୍ରଚାର ତାଲିକାରେ ମେଗାଷ୍ଟାର୍‌ ଅନୁଭବ ମହାନ୍ତି, କମେଡି ଷ୍ଟାର୍‌ ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ  ଚର୍ଚ୍ଚିତ ଅଭିନେତା ଶ୍ରୀତମ ଦାସ ନାଁ ଅଛି। କିନ୍ତୁ ଅନେକ ଥାଇବି ନଥିଲା ଭଳି।  ଅଭିନେତା ଅଖିଳ ପଟ୍ଟନାୟକ, ଅଶ୍ରୁମୋଚନ, ରୁଦ୍ର, ଗୀତିକାର ପଞ୍ଚାନନ ନାୟକ, ଅଭିନେତ୍ରୀ ଅପରାଜିତା, ମହାଶ୍ୱେତା, ଅନୁ ଚୌଧୁରୀ, ଜିନା ଓ ବିଦୁସ୍ମିତା ନାହାନ୍ତି ଦଳର ଷ୍ଟାର ପ୍ରଚାରକ। ଅନ୍ୟପକ୍ଷରେ ଦଳ ଦିଗପହଣ୍ଡିରୁ ସିଦ୍ଧାନ୍ତ ଏବଂ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆକାଶ ଓ ସାଲେପୁରର ଅରିନ୍ଦମ୍ ରୟଙ୍କୁ ଦଳ ଟିକେଟ୍ ଦେଇ ବିଜେଡିଠୁ ଆଗରେ ଅଛି । 

କଂଗ୍ରେସର  ଷ୍ଟାର ପ୍ରଚାରକ ତାଲିକାରେ ସିନେ ଷ୍ଟାରଙ୍କ ସମ୍ଭାବନା କମ୍। ଯଦିଓ ଦଳ  ବଲାଙ୍ଗୀର ଲୋକସଭା ଆସନରୁ ଏନ୍‌ଏସ୍‌ଡିଆନ୍‌ ଷ୍ଟାର  ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଦଳ ପାଇଁ ପ୍ରଚାରରେ ନାହାନ୍ତି ବଡ଼ ଷ୍ଟାର।  


କିନ୍ତୁ ଏହା ଭିତରେ ବିଜେଡିଖେଳିଛି ନୂଆ ଷ୍ଟାଇଲ୍। ଦଳ ପ୍ରଚାର ପାଇଁ କିଛି ପପୁଲାର ଷ୍ଟାରଙ୍କୁ ମନେଇଛି। ଗତ ୧୨ତାରିଖରେ ନବୀନ ନିବାସରେ କଳାକାରଙ୍କ ମେଳି ପରେ କିଛି ଜଣଙ୍କୁ ସୋସିଆଲ୍‌ ମିଡିଆ ସହ ପ୍ରଚାରରେ ସାମିଲ କରାଯାଇଛି । ହିଞ୍ଜିଳି ସଭାରେ ବାବୁସାନ୍‌, ଏଲିନା ଏବଂ ଶେରଗଡ଼ ସଭାରେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହ କିଛିନ କଳାକାରଙ୍କୁ ପ୍ରଚାରରେ ସାମିଲ୍ କରି ବିଜେଡି ପ୍ରତି ପକ୍ଷଠୁ ଆଗରେ।

ନିର୍ବାଚନ ଲଢିବେ କି ଗିରଫ ନେତାଙ୍କ ସ୍ତ୍ରୀ?, ଚର୍ଚ୍ଚାରେ CMଙ୍କ ଲଢୁଆ ପତ୍ନୀ

ଅନ୍ୟପରକ୍ଷରେ  ଷ୍ଟାରଙ୍କ ଆବସେନ୍ସରେ ଦଳ ନେତା ସୁପରଷ୍ଟାର । କର୍ମୀ କହୁଛନ୍ତି, ‘ଆୱାର ସିଏମ୍‌ ଆୱାର୍‌ ହିରୋ’, ‘ମୋଦି ସୁପର୍‌ଷ୍ଟାର୍‌’, ‘ରାହୁଲ ବାବା ଜିନ୍ଦାବାଦ’ । ତାଙ୍କ ଆଗରେ ସିନେଷ୍ଟାର ଫିକା।