କମିଶନରେଟ୍ ପୋଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ, ୩୧ଟି ବାଇକ ଜବତ

ଭୁବନେଶ୍ବର ୩୦/୮: ରାଜଧାନୀର ମାତିଛନ୍ତି ଲୁଟେରା । ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଚଳାଇଛନ୍ତି ଲୁଟ୍‌ପାଟ୍‌ । ଲୁଟେରା ଡାଳେ ଡାଳେ ଗଲେ ପତ୍ର ପତ୍ରେ ଯାଉଛନ୍ତି ପୋଲିସ । କିଛି ଦିନ ଧରି ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ବାଇକ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୩୧ଟି ବାଇକ ଜବତ ହୋଇଛି ।  ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଥିଲେ । ସେମାନେ ବିଭିନ୍ନ ପାର୍କିଂ ସ୍ଥାନକୁ ଟାର୍ଗେଟ କରୁଥିଲେ । ଆଉ ସୁଯୋଗ ଦେଖି ବାଇକ ଉଠାଇ ନେଉଥିଲେ । ଅନେକ ଲୋକଙ୍କ ଅଭିଯୋଗ ଆଧାରରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ପୋଲିସ । ଆଉ ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ଲୁଟେରା ଗ୍ୟାଙ୍ଗ ।       